” କୂଅ ଭିତରେ ନିଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ ଏକ ଗୁରୁତର।”

ସନ୍ତୋଷ କୁମାର , ଓଡ଼ିଶା ବାର୍ତା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଂଚାୟତର ସୋନାରପାରା ଗ୍ରାମରେ କୂଅ ସଫା କରିବାକୁ ଭିତରେ ପଶି ଦୁଇଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି ମୃତକ ମାନେ ହେଲେ ହେମରାଜ ହଲୱା ଅନୁପ କେଉଟ ଆହତ ହେଲେ ରାଜୁ କେଉଟକୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ ଜଣେ ଗୁରୁତର

ରାଇଘର  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଂଚାୟତର ସୋନାରପାରା ଗ୍ରାମରେ କୂଅ ସଫା କରିବାକୁ ଯାଇ ଦୁଇଜଣଙ୍କ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି l

ସୂଚନା ଅନୁଯାୟୀ ଆଜି ସକାଳ ଟା ସମୟରେ ସୋନାରପାରା ଗ୍ରାମର ରାଜୁ କେଉଟଙ୍କ କୂଅ ଟିକୁ ସଫା କରିବାକୁ ସେହି ଗ୍ରାମର ହେମରଜ ହାଲବା ଅନୁପ କେଉଟଙ୍କ ସହିତ ତା ଭିତରେ ପଶି ଥିଲେ l କୂଅ ଭିତରେ ପାଣି କମ୍ ଥିବା ବେଳେ ସେଠାରେ ସେମାନେ ସଫେଇ କାମ ଆରମ୍ଭ କରିଥିଲେ | କିଛି ସମୟ ମଧ୍ୟରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହୋଇଥିଲେ l କୂଅ ବାହାରେ ଥାଇ ଦେଖୁଥିବା ଲୋକେ ଉଦ୍ଧାର କରିବାକୁ ଯାଇ ବିଫଳ ହେବା ପରେ କୁନ୍ଦେଇ ପୁଲିସ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ବେଳକୁ ହେମରାଜ ଅନୁପ ମୃତ୍ୟୁବରଣ କରି ସାରିଥିଲେ l ଅପରପକ୍ଷରେ ରାଜୁଙ୍କୁ ଉଦ୍ଧାର କରିବା ପରେ ସେ ଗୁରୁତର ଥିବାରୁ ତାଙ୍କୁ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ଫକୀର ମୋହନ ଖରା, ରାଇଘର ତହସିଲଦାର ଜଗୁ ପୁଜାରୀ,ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ l ରାଜୁ କେଉଟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି l