କୋଦଳା N A C ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଜଣେ ଗୁରୁତର।

ଜୟକୃଷ ମାଝୀ, ଓଡ଼ିଶା ବାର୍ତ୍ତା
କୋଦଳା–ଗଞ୍ଜାମ ଜିଲ୍ଲା କୋଦଳା N A C ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଜଣେ ଗୁରୁତର। ପୂର୍ବ ଶତୃତାକୁ କେନ୍ଦ୍ରକରି ଯୁବକକୁ ରାସ୍ତା ମଝୀରେ ନିର୍ମମ ଭାବେ ହତ୍ୟା କରାଯାଇଥିଲ। ମୃତ୍ୟୂ ବରଣ କରିଥିବା ବ୍ୟକ୍ତି ଜଣକ ହେଲେ କାଳୁ ଦାସ ବୟସ (୪୨)। ସକାଳୁ ସକାଳୁ କିଛି କାମରେ କାଳୁ ସାହିନିକଟ ଛକକୁ ଯାଇଥିଲେ। ସେହି ସମୟରେ ପୂର୍ବରୁ ଅପେକ୍ଷା କରି ରହିଥିବା କିଛି ଯୁବକ ତା ଉପରକୁ ଖଣ୍ଡା ଓ ଲୁହା ରଡ ସାହାର୍ଯ୍ୟରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳର କାଳୁର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଚାରୋଟି ଘରେ ନିଆଁ ଲଗେଇ ଦେଇଥିଲେ। ଘଟଣା ସ୍ଥଳରେ କୋଦଳା ଥନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।