ଖଲ୍ଲିକୋଟ ରାଣୀସାହେବା ଙ୍କ ଜନ୍ମଦିବସରେ,୨୨୨ ୟୁନିଟି ରକ୍ତ ସଂଗ୍ରହ

kke_rani

ଓଡ଼ିଶା ବାର୍ତ୍ତା

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାର ଅପ୍ରତିଦ୍ବନ୍ଦୀ ପ୍ରତିଷ୍ଠିତ ଉଚ୍ଚଶିକ୍ଷିତା ଖଲ୍ଲିକୋଟ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ବିଜୟ ହାସଲ କରି ରାଜ୍ୟ ରାଜନୀତି ରେ ପତିଆରା ଜାହିର କରିଥିବା  ନେତ୍ରୀ ଖଲ୍ଲିକୋଟ ରାଣୀସାହେବା  ଶ୍ରୀମତୀ ଶ୍ରୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ବେଗୁନିଆପଡା ବ୍ଲକ ଛଚିନା ଶ୍ରୀ ମା ଅରବିନ୍ଦ  ପୂର୍ଣ୍ଣାଙ୍ଗ ଶିଷାକେନ୍ଦ୍ର ପରିସରରେ  ଓଡିଶା ମୋପରିବାର ପଷରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହେଈଯାଈଛି ଏହି ଆୟୋଜିତ ମେଗା ରକ୍ତ ଦାନ ଶିବିରକୁ  ଓଡିଶା ସରକାରଙ୍କ ଖଣି ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉଦ୍ଘାଟନ କରି  ରାଣୀସାହେବାଙ୍କ ସୁସ୍ଥ ଜୀବନ ଏବଂ ଦିର୍ଘାୟୁ କାମନା କରିଛନ୍ତି ରାଣୀସାହେବା ହେଉଛନ୍ତି ଆମ ପାଈଁ ଆଦର୍ଶ ସେ ଜଣେ ଓଡିଶା ରାଜନୀତିରେ ସେ ଯୋଉଁ ସ୍ବଛତା ବଜାୟ ରଖିଛନ୍ତି ତାହା ନିଶ୍ଚିତଭାବେ ଉତ୍ତର ପିଢି ପାଈଁ ଏକ ଉଦାହରଣ   ବିଧାୟିକା ଶ୍ରୀମତୀ ଶ୍ରୀ ଲତିକା ପ୍ରଧାନ ନିଜର ଅଭିଭାଷଣରେ କହିଛନ୍ତି ରାଣୀ ମା  ଅଞ୍ଚଳ ପାଈଁ ଆଶ୍ରିବାଦ ତାଙ୍କର କାଯ୍ୟ ଆମକୁ ଅନୁପ୍ରାଣିତ କରିଆସୁଛନ୍ତି ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ପୂର୍ବତନ ବିଧାୟିକ ଗଞ୍ଜାମ ଜିଲ୍ଲା ସଭାପତି .ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜିଲ୍ଲା ମହିଳା ସଭାପତି ଏମ . ସୁଜତା ପାତ୍ର ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜଗ ସୁବାଷଚନ୍ଦ୍ର ମହାରଣା ବ୍ଲକ ସଭାପତି ବିଜୟ କୁମାର ଦେରା ୪୪ନଂ ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି ୪୫ନଂ ଜୋନ୍ ପୂର୍ବତନ ଜିଲାପରିଷଦ ତ୍ରିନାଥ ଭୁୟାଁ ଙ୍କ ସମେତ ବହୁ ସରପଞ୍ଚ ଏବଂ ସମିତିସଭ୍ୟ ବିଜୁଜନତା ଦଳର ସମସ୍ତ କ୍ରର୍ମକତ୍ତା ଯୋଗଦାନକରି ରାଣୀସାହେବା ଙ୍କ ସୁସ୍ଥ ଜିବନ ଦିର୍ଘାୟୁ କାମନ କରିଛନ୍ତି ଏମ କେ ସିଜି ମେଡିକାଲର ରକ୍ତ ଭଣ୍ଡାରର କର୍ମଚାରୀଙ୍କ ଉପସ୍ଥିତରେ ୨୨୨ ୟୁନିଟି ରକ୍ତ ସଂଗ୍ରହ କରିଥିଲେ ଏହି ରକ୍ତ ଦାନ ଶିବିରରେ ବହୁ ଯୁବବର୍ଗ ଉତ୍ସାହିତ ଭାବେ ରକ୍ତ ଦାନ କରିଥିଲେ