କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ସନ୍ତୋଷ କୁମାର,ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୨୧/୮:ପୂର୍ବୋଦୟ ବିକାଶ ରେ ବିକାଶ ହିଁ ଦେଶର ସାମଗ୍ରିକ ବିକାଶ ପୂର୍ବ ଭାରତ ବିଶେଷତଃ ଓଡିଶା ରେ ରେଳ , ଜଳ , ଯୋଗାଯୋଗ କ୍ଷେତ୍ର ରେ ଉତ୍କର୍ଷ ସାଧିତ ହେବ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଏହି ସଂକଲ୍ପ  କୁ ସାକାର କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ପ୍ରୟାସ  ବୋଲି କେନ୍ଦ୍ର ରେଳବାଇ ଆଇ ଟି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରକାଶ କରିଛନ୍ତି। 

ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲା କୁ ଗସ୍ତ କରି ଜନ ଆଶୀର୍ବାଦ ଗ୍ରହଣ କରିଛନ୍ତି।  ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟ ରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ସେଠାରେ ମନ୍ତ୍ରୀ ପୋଡା ମକା ବିକ୍ରି କରୁଥିବା ମହିଳା ମାନଙ୍କ ସହ ଆଲୋଚନା କରିବା ସହ ପୋଡା ମକା ଖାଇଥିଲେ। ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ପରିପ୍ରେକ୍ଷୀ ରେ ସେ ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ମନ୍ଦିର କୁ ଯାଇ ଦର୍ଶନ କରିଥିଲେ। ରାସ୍ତାରେ ରୋଡ ସୋ କରାଯାଇଥିବା ବେଳେ ଲୋକ ଙ୍କ ଠାରୁ ମନ୍ତ୍ରୀ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଘ ତରଫରୁ ମନ୍ତ୍ରୀ ଙ୍କୁ ସ୍ଵାଗତ ଜଣାଇବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଅବସର ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ନୂତନ କର୍ମୀ ଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। 

ପରେ ମନ୍ତ୍ରୀ ପାପଡାହାଣ୍ଡି କୁ ଯାଇ ସେଠାରେ ଥିବା ଶହିଦ ସ୍ମୃତି ସ୍ତମ୍ଭ ରେ ଶ୍ରଦ୍ଧା ସୁମନ ଅର୍ପଣ କରି ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। 

ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ, ରାଜ୍ୟ ବିଜେପି ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ , ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ବିଜେପି ନେତୃ ମଣ୍ଡଳୀ ଗୋଲକ ମହାପାତ୍ର, ଭୃଗୁ ବକ୍ସିପତ୍ର ପ୍ରମୁଖ ଉପସ୍ଥିତ ଥିଲେ