କଲ୍ୟାଣ ମଣ୍ଡପ କୁ କେନ୍ଦ୍ର କରି ଗ୍ରାମବାସୀ ନିଜସ୍ୱ ଭିତରେ ମରାମରି ,ଗୋଷ୍ଠୀ ସଂଘର୍ଷ

ସନ୍ତୋଷ କୁମାର,ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୧୩//୨୧:ଆଜି ଗୋଟିଏ ଗାଁ ଗ୍ରାମ ବାସୀ ଙ୍କ ଭିତରେ ନିଜ ଗାଁ ରେ ସରକାରଙ୍କ ଅନୁମୋଦିତ ନୂତନ କଲ୍ୟାଣ ମଣ୍ଡପ ତିଆରି କୁ ନେଇ ବଡ ଧରଣର ଗୋଷ୍ଠୀ ସଂଘର୍ଷ ହୋଇଛି ୨୦୧୮/୧୯ମସିହା ଆର୍ଥିକ ବର୍ଷ ଅନୁସାରେ ଅଟକଳ ମୂଲ୍ୟ ୩୫,୦୦୦୦୦ଲକ୍ଷ୍ୟ  ରେ ନିର୍ମାଣ ହେବାକୁ ଥିବାକଲ୍ୟାଣ ମଣ୍ଡପକୁ ନେଇ ଗୋଷ୍ଠୀ ଗଣ୍ଡଗୋଳ ହୋଇ ମରାମରି ପର୍ଯ୍ୟନ୍ତ କଥା ଯାଇଛି ଏଭଳି  ଅଭାବନୀୟ ଘଟଣା ଆଜି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁଣି ପଞ୍ଚାୟତ ରାମ ପାଲି ଗାଁ ରେ ଘଟିଛି ରାମ ପାଲି ଗାଁ ୬ନମ୍ବର ୱାର୍ଡ ବାସୀ ଏହି ଗଣ୍ଡଗୋଳ ଆଗରୁ ହୋଇଛି ଏବଂ ବ୍ଲକ ପ୍ରଶାସନ ଙ୍କୁ ମଧ୍ୟ ଜଣାଇ ଥିଲୁ ବୋଲି କହିଛନ୍ତି ଆଜିର ଗଣ୍ଡଗୋଳ କୁ ନେଇ କଥା କୋଷଗୁମୁଡ଼ା ଥାନା ପର୍ଯ୍ୟନ୍ତ ମଧ୍ୟକଥା ଯାଇଥିବା ସୂଚନା ଦେଇଛନ୍ତି ଗ୍ରାମର ଲୋକମାନେ ବର୍ତ୍ତମାନ ଏହି ଭଳି କରନା ପରିସ୍ଥିତି ରେ ନିର୍ମାଣ ଧୀନ କାମ କୁ ଶ୍ରମିକ ଅଭାଵ ବେଳେ କାର୍ଯ୍ୟ କୁ ବନ୍ଦ କରି ଗଣ୍ଡଗୋଳ କରିବା କଣ ଠିକ ଥିଲା କି ବୋଲି ସ୍ଥାନୀୟ ଭଦ୍ର ବ୍ୟକ୍ତି ମାନେ କହିଛନ୍ତି ବର୍ତ୍ତମାନ ବାକି ରହିଲା ରାମ ପାଲି ରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ ହେବ ନା ନାହିଁ ଶାନ୍ତି କିପରି ଫେରି ଆସିବ, ତା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହୋଇଛି