କଳାହାଣ୍ଡିରୁ ବିମାନ ଉଡିବା ଆଶା ଉଜ୍ଜଳ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା

ବିମାନ ଉଡାଣ ଲାଇସେନ୍ସ ପାଇଁ ଦୁଇ ଜଣିଆ ଡିଜିସିଏ କତ୍ତୃପକ୍ଷ ଙ୍କ ସମୀକ୍ଷା

କଳାହାଣ୍ଡି, ତା ୧୮/୦୯/୨୦୨୩  କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ରୁ ବିମାନ ଉଡିବା  ଟୁ ବି ଲାଇସେନ୍ସ ଦେବା ପାଇଁ ଶୁକ୍ରବାର ଦିନ ଡି ଜି ସି ଦୁଇ ଜଣିଆ ଅଧିକାରୀ ସମୀକ୍ଷା ପାଇଁ ଉତ୍କେଲା ପହଞ୍ଚିଛନ୍ତି ଡି ଜି ସି ମନୀଷ ଠାକୁର ଧୂସର ମଣ୍ଡଳ ଆସିଛନ୍ତିଏମାନେ ଓଲ୍ହାଇବା ପରେ ନୂତନ ଭାବରେ ହୋଇଥିବା ବିମାନ ବନ୍ଦର ସବୁ ବୁଲି ଦେଖିଥିଲେଏମାନଙ୍କୁ ସବୁ ଦେଖାଇବା ସହଯୋଗ ପାଇଁ ଜି ଏମ ଏଟିସି,ପାଇଲଟ,ଏମ ଟି ଅଧିକାରୀ, ଟି ସି ଅଧିକାରୀ ଉପସ୍ଥିତ ଥିଲେଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ କତ୍ତୃପକ୍ଷ,ଅଗ୍ନିଶମ ବିଭାଗ,ସୁରକ୍ଷା ବିଭାଗ,ଟ୍ରାଫିକ କଣ୍ଟ୍ରୋଲ ପାଇଁ ଲାଗିଥିବା ଟାୱାର କମ୍ପାନୀ କତ୍ତୃପକ୍ଷ ଉପସ୍ଥିତ ରହି ସବୁ ଗାଇଡ଼ ଲାଇନ ଅନୁଯାୟୀ ହୋଇଥିବା ଦେଖାଇଥିଲେ ସବୁ ବିଭାଗ କୁ ସ୍ୱତନ୍ତ୍ର ଭାବରେ ଏମାନେ ତନଖି କରୁଛନ୍ତିଶୁକ୍ରବାର ଦିନ ଅଧା ତନଖି କରିଥିବାବେଳେ ଶନିବାର ଦିନ ଏମାନେ ବଳକା ଦେଖି ଅଧିକାରୀ ଙ୍କ ସହ ଆଲୋଚନା କରି ଫେରିଯିବା କାର୍ଯ୍ୟକ୍ରମ ରହିଛିଏମାନଙ୍କ ଗସ୍ତ କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଥିଲାବର୍ତ୍ତମାନ ଏହି ବିମାନ ବନ୍ଦର ଟୁ ବି ଅନୁଯାୟୀ ନିର୍ମାଣ ହୋଇଥିବା ପ୍ରକାଶ ଏଭିଏସନ ବିଭାଗ ଜଣେ ନୋଡାଲ ଅଧିକାରୀ ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ଗାଇଡ଼ ଲାଇନ ଅନୁଯାୟୀ ସମ୍ପାଦନ ହୋଇଛିଏଣୁ ଲାଇସେନ୍ସ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛିଏହି ମଧ୍ୟରେ ପୁଣି କେନ୍ଦ୍ର ସରକାର ଏହି ଉଡାଯାହାଜ ପଡିଆ କୁ ଥ୍ରୀ ସି ଘୋଷଣା କରା ଯାଉଥିବା ଜଣା ପଡ଼ିଛି