କଳାହାଣ୍ଡିରେ ମୂଖ୍ୟମନ୍ତୀ ବାଂଟିଲେ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ମନ୍ତ୍ରୀ ବଖାଣିଲେ ବିକାଶର ଗାଥା

ଦୁଷ୍ମନ୍ତ ପଣ୍ଡା, ଓଡ଼ିଶା ବାର୍ତ୍ତା

କଳାହାଣ୍ଡି, ତା.୦୮.୧୧.୨୦୨୧  କଳାହାଣ୍ଡି ଜିଲ୍ଲା ଓୟୁଏଟି ପଡିଆଠାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ବଂଟନ କରିଛନ୍ତି ଏନେଇ ଆୟୋଜିତ ଏକ ସାଧାରଣ ସଭାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଅର୍ଥମନ୍ତ୍ରୀ ନିରଂଜନ ପୂଝାରୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ ଆକାଶ ଦାଶ ନାୟକ ସୁଲତା ଦେଓଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ମହିଳା ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା କାର୍ଡ ବଂଟନ କରି ଶୁଭାରମ୍ଭ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ ସ୍ୱାଗତ ଭାଷଣ ଦେଇ ନବୀନ ସରକାର ତରଫରୁ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଦଶ ଲକ୍ଷ ଟଙ୍କା ଆର୍ôଥକ ସାହାଯ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଥିବା ବିଷୟ ଉପସ୍ଥାପନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମଗ୍ର ଓଡିଶାର କଣ ଅନୁକୋଣରେ ସମସ୍ତ ପରିବାର ଯେପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ସରକାର ସର୍ବଦା ଚେଷ୍ଟିତ ଥିବା ପ୍ରକାଶ କରିଥିଲେ ଅର୍ଥମନ୍ତ୍ରୀ ନିରଂଜନ ପୂଝାରୀ ସରକାରଙ୍କ ବିକାଶ ଗାଥା ପ୍ରକାଶ କରିଥିବା ବେଳେ ସରକାରଙ୍କ ବିକାଶୋନ୍ମୂଖି କାର୍ଯ୍ୟକ୍ରମକୁ ବିରୋଧି ସହ୍ୟ କରିପାରୁନଥିବା ପ୍ରକାଶ କରିଥରଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଗତ ଦିନର କଳାହାଣ୍ଡି ଆଜିର ଉନ୍ନତି ପଥର କଳାହାଣ୍ଡି ସଂପର୍କରେ ଅବଲୋକନ କରି ସରକାର କଳାହାଣ୍ଡିର ବିକାଶ ପାଇଁ ସର୍ବଦା ଚେଷ୍ଟା କରିଆସୁଥିବା ପ୍ରକାଶ କରିଥିଲେ ସେଥିପାଇଁ ମୂଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ କଳାହାଣ୍ଡିର ବିକାଶ ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଏହି ଅବସରରେ ମୂଖ୍ୟମନ୍ତ୍ରୀ ପ୍ରାୟ ଲକ୍ଷ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଇଥିବା ବେଳେ କଳାହାଣ୍ଡି ବାସୀଙ୍କୁ ପ୍ରାୟ ୯୦୦ କୋଟୀ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି କଳାହାଣ୍ଡି ଆଜି ଶିକ୍ଷା,ସ୍ୱାସ୍ଥ୍ୟ ସେବା, ଜଳସେଚନ,କୃଷି କ୍ଷେତ୍ରରେ ବିକାଶ ଆଡକୁ ମୁହାଇଛି ଏବଂ ମୋର ପ୍ରତ୍ୟକ୍ଷ ନଜର ରହିଥିବା ମୂଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି