କଳାହାଣ୍ଡି ଲୋକମହୋତ୍ସବ ଘୁମୁରା ର ମୂଲ୍ୟ ବୋଧ ହଜିଯାଉଥିବାର ସାମାଜିକ ଗଣମାଧ୍ୟମ ରେ ଚର୍ଚା

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା

କଳାହାଣ୍ଡି ତା ୦୮.୦୧.୨୦୨୩  କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡି କୋଣ ଅନୁକୋଣ ରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳା ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା ପାଇଁ କଳାହାଣ୍ଡି ଲୋକ ମହୋତ୍ସବ ପରିକଳ୍ପନା କରାଯାଇଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ନାମରେ ନାମିତ କରାଯାଇଥିବା କୁହାଯାଉଥିଲା

 କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ ଉତ୍ସବ ହେବାର ପରିକଳ୍ପନା କରାଯାଇଥିବା ବେଳେ ଆଜି ଆଉ ଲୋକ ଉତ୍ସବ ହୋଇ ରହି ନାହିଁ

 ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚା ହେବାରେ ଲାଗିଛି

ଆଜି ଆଉ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳର କଳା ପୁନରୁତଥାନ ହୋଇ ପାରୁନାହିଁ ନୂଆ ପୀଢି କୁ ସେଭଲି  ସୁଯୋଗ ମଧ୍ୟ ମିଳି ପାରୁ ଥିବାର କୁହା ଯାଉଛି ।  କଳାହାଣ୍ଡି ଲୋକଉତ୍ସବ ପାଳନ ଆରମ୍ଭ ହେବାର ପଚିଶ ବର୍ଷ ହୋଇ ଯାଇ ଥିଲେ ହେଁ କ୍ରମଶଃ ପୁରାତନ କଳା ସଂସ୍କୃତି ପୁନରୁତଥାନ ହେଉ ଥିବା ଅଭିଯୋଗ ହେଉଛି ଦୀର୍ଘ ବର୍ଷ ହେବ ଜିଲ୍ଲାସ୍ତର ହେଉ କି ବ୍ଲକ ସ୍ତର ହେଉ କୌଣସି କମିଟି ର  ଅଦଳ ବଦଳ ହୋଇନ ଥିବା କିମ୍ବା ନୂଆ ସଭ୍ୟ ଙ୍କୁ ସାମିଲ କରାଯାଇ ଥିବା କୁହା ଯାଉଛି

 କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ  ମହୋତ୍ସବ ଆୟୋଜନ ମୂଳ ଉଦ୍ଦେଶ୍ୟ ବିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଲୋକେ ଅନୁଭବ କରୁଥିବା ଜଳ ଜଳ କରି ସୋସିଆଲ ମିଡ଼ିଆ ରେ ଦେଖାଯାଉଛି

ପଂଚାୟତ ସ୍ତର ଠାରୁ ବ୍ଲକ ସ୍ତର ସବୁଠି ସେହି ଏକା ଅବସ୍ଥା ଦେଖାଯାଉଛି ଜିଲ୍ଲା ସ୍ତର ମହୋତ୍ସବ ଭବାନୀପାଟଣା ଧର୍ମଗଡ ଠାରେ ପାଳନ କରାଯାଉଥିବା ବେଳେ କେବଳ ଜୁନାଗଡ ଠାରେ ବ୍ଲକ ଏନ ସି ସ୍ତର ମହୋତ୍ସବ ଏକାଠି ପାଳନ କରାଯାଉଛି, ଯାହା ଫଳରେ ସେଠାରେ କେବଳ ସହରାଞ୍ଚଳ ବ୍ୟକ୍ତି ବିଶେଷ ଙ୍କ କବଜାରେ ସେହି ମହୋତ୍ସବ ପାଳନ କରାଯାଉଥିବା ବେଳେ ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷ ଙ୍କୁ ସାମିଲ କରାଯାଉ ନାହିଁ ଅନ୍ୟ ପକ୍ଷରେ କେଶିଙ୍ଗା ଠାରେ ସହରାଞ୍ଚଳ ସ୍ତରିୟ ଉତ୍ସବ ସହିତ ବ୍ଲକ ସ୍ତର ରେ ସ୍ଵତନ୍ତ୍ର ଭାବେ ଗ୍ରାମାଞ୍ଚଳରେ କ୍ରମାନ୍ଵୟରେ ପାଳନ କରାଯାଉଥିବା ଦେଖାଯାଉଛି

ସେହିପରି ଧର୍ମଗଡ ଭବାନୀପାଟଣା ଠାରେ ସହରାଞ୍ଚଳ ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଭାବେ ସ୍ଵତନ୍ତ୍ର  ଉତ୍ସବ ପାଳନ କରାଯାଉ ଥିବା ଦେଖା ଯାଉଛି ଯାହା ଦ୍ବାରା ପ୍ରତ୍ୟେକ ସ୍ତରର ଲୋକେ ସେହି ଉତ୍ସବ ପାଳନ କରିବାର ସୁଯୋଗ ପାଇ ପାରୁଥିବା କୁହଯାଉଛି

ବିଗତ ଦୁଇ ବର୍ଷ ବନ୍ଦ ହେବା ପରେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ୨୦୨୩ ଧୂମ ଧାମ ରେ ଜିଲ୍ଲାସାରା ପାଳନ କରାଯିବାକୁ ପ୍ରସାଶନ ସଂସ୍କୃତି ପରିଷଦ ନିଷ୍ପତି କରିଥିବା ବେଳେ ଗତ ୨୩ ତାରିଖ ଠାରୁ ପଂଚାୟତ ସ୍ତରରେ ଏହାର ଶୁଭାରମ୍ଭ ହୋଇଯାଇଛି ଜିଲ୍ଲା ସ୍ତରରେ ଆଗାମୀ ୧୪ ତାରିଖ ଆରମ୍ଭ ହେବାର ସ୍ଥିର କରାଯାଇଛି ଦୁଇ ବର୍ଷ ଉତ୍ସବ ଦେଖି ପାରି ନ  ଥିବା ଲୋକେ ଉତ୍ସାହିତ ହୋଇ ଥିବା ବେଳେ ଆୟୋଜନରେ ଲୋକେ ସାମିଲ ହୋଇ ପାରୁ ନଥିବା ବେଳେ ଜିଲ୍ଲାର ଲୋକ ମହୋତ୍ସବ ରୁ ଲୋକଙ୍କ ଅଂଶୀଦାର ଉଭେଇ ଯାଉଥିବା ସୋସିଆଲ ମିଡ଼ିଆ ରେ ଚର୍ଚା ହେଉଛି ମଞ୍ଚରୁ ଆରମ୍ଭ କରି ଆୟୋଜନ ସମସ୍ତ କ୍ଷେତ୍ର ରେ ରାଜନୀତି ହେଉଥିବା ଏବଂ ମହୋତ୍ସବ ଆଳରେ ଦଳୀୟ ରାଜନୀତି ହେଉଥିବା ସୋସିଆଲ ମିଡ଼ିଆ ରୁ ଜଣା ପଡିଛି ଏପରିକି ଜୁନାଗଡ ଲଙ୍କେଶ୍ଵରୀ ମଞ୍ଚରେ ଅତିଥି ମାନଙ୍କ ଆସନ ପଛ ପଟେ ଏକ ବଡ ଏଲ ଡି ସ୍କ୍ରିନ ଲଗାଯାଇ ସେଥିରେ ନିର୍ଦ୍ଧିଷ୍ଟ ବ୍ୟବସାୟୀ ମାନଙ୍କ ବିଜ୍ଞାପନ ପ୍ରସାରିତ କରାଯାଇଥିବା ଦେଖା ଯାଇଛି

କଳାହାଣ୍ଡି ଲୋକ ଉତ୍ସବ ରୁ ଏବେ ଲୋକ ଶବ୍ଦ ଉଭେଇ ଯାଇଥିବା କୁହଯାଉଛି ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ସହରାଞ୍ଚଳ ସବୁଠି ସେହି ଏକ ଅବସ୍ଥା ।  ମହୋତ୍ସବ ପାଳନ ଏବଂ ପରିଚାଳନା ଉଦ୍ଦେଶ୍ୟ ମୂଳକ ଭାବେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ରହିଥିବା କାରଣରୁ ସ୍ଥାନୀୟ ତଥା ଜିଲ୍ଲାର ଅନେକ ବୁଦ୍ଧିଜୀବି, ପ୍ରତିଷ୍ଠିତ କଳାକାର, ସମାଜସେବୀ, ଆଦି ସ୍ବାଭିମାନୀ ବ୍ୟକ୍ତି ବିଶେଷ ଏହି ଉତ୍ସବ ରୁ ଆପଣାଛାଏ ଦୂରେଇ ରହୁଛନ୍ତି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷାବିତ, ପ୍ରତିଷ୍ଠିତ ଚାଷୀ, ସ୍ବନାମ ଧନ୍ୟ କଳାକାର, ଗବେଷକ, ସାମ୍ବାଦିକ, ଡାକ୍ତର ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି କରିବା ଦୂରର କଥା ସମ୍ମାନିତ କରାଯାଉ ନାହି, ଏପରିକି ଉତ୍ସବ ପାଇଁ ନିମନ୍ତ୍ରଣ ଖଣ୍ଡେ ଦିଆଯାଉନାହିଁ

 ଅନ୍ୟ ପକ୍ଷରେ କଳାହାଣ୍ଡି ଉତ୍ସବ ଲୋକଙ୍କ ମହୋତ୍ସବ, ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତି ଉତ୍ସବ କିନ୍ତୁ ଏଠାରେ ସ୍ଥାନୀୟ ଅଞ୍ଚଳର କଳାକାର ଙ୍କୁ  ଲୋକ ଲୋଚନକୁ ଆଣିବା ବଦଳରେ ବିଭିନ୍ନ ଅର୍କେଷ୍ଟ୍ରା ଦଳ କୁ ସାମିଲ କରାଯାଉଛି ।  ଯେଉଠାରେ ସ୍ଥାନୀୟ ଲୋକନକୁ ସାମିଲ କରାଯାଉନାହି କିମ୍ବା ସ୍ଥାନୀୟ ଲୋକ କଳା କୁ ଗୁରୁତ୍ବ ଡିଆ ଯାଉ ଥିବା ବେଳେ ଏହା କିପରି ଲୋକ ଉତ୍ସବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।  ଅନ୍ୟ ଅଞ୍ଚଳର ବିଭିନ୍ନ ଅର୍କେଷ୍ଟ୍ରା ଆଣିବା ବଦଳରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ସହିତ ସ୍ଥାନୀୟ କଳା ସଂସ୍କୃତି କୁ ଗୁରତ୍ବ ଦବକୁ ବିଭିନ୍ନ ମହଲରେ ଦାବି ହେଉଛି