ଜେକେ କାଗଜକଳ ପ୍ରତିଷ୍ଠାତାଙ୍କ ୧୩୮ତମ ଜନ୍ମ ଦିବସ ପାଳିତ

ଓଡିଶା ବାର୍ତ୍ତା
ଜେକେପୁର୧୭-୧୨-୨୨ରାୟଗଡା ଜିଲ୍ଲାର ଜେକେକାଗଜ କଳ ପକ୍ଷରୁ ଜେକେ କଳର ପ୍ରତିଷ୍ଠାତା ସ୍ୱର୍ଗତ ଲାଲା କମଳ ପତ୍ ସିଂଘାଣିଆଙ୍କ ୧୩୮ତମ ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ବାଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଶ୍ରୀ କମଳ ପତ୍ ସିଂଘାଣିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଜେକେ କାଗଜ କଳର ମୁଖ୍ୟ ଶ୍ରୀ ବିନୟ କୁମାର ଦ୍ୱିବେଦୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଶିଳ୍ପପତି ଦେଶପ୍ରେମୀ ସ୍ବର୍ଗତ ସିଙ୍ଘାଣିଆଙ୍କଜୀବନୀ ବିଷୟରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ କହିଥିଲେ କି କାଗଜ କଳ ରାୟଗଡା ଜିଲ୍ଲା ପାଇଁ ଏକ ଗୌରବ । ଜିଲ୍ଲାର କାଗଜ କଳ ପକ୍ଷରୁ ଜୟନ୍ତୀ ଉତ୍ସବପାଳନ ଅବସରରେ କାଗଜ କଳରେ ଶ୍ରମିକ ଭାବରେ କାର୍ଯ୍ୟ କରି କୃତିତ୍ଵର ସହ ୨୫ବର୍ଷ ପୂରଣ କରିଥିବା ୧୯ଜଣ କୁଶଳୀ ଶ୍ରମିକଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ସିଂ ଓ କାଗଜ କଳର ମୁଖ୍ୟ ଶ୍ରୀ ବିନୟ କୁମାର ଦ୍ୱିବେଦୀ ସମ୍ବର୍ଦ୍ଧିତ କରିଥିଲେ। କାଗକ କଳର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସୁନ୍ଦୀପ ପାଣ୍ଡେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେମୁଖ୍ୟ ପ୍ରବନ୍ଧକ, ମାନବ ସମ୍ବଳ ଶ୍ରୀ ରାଧା କୃଷ୍ଣ ଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସି ଏସ ଆର୍ ଅଧିକାରୀ ଶ୍ରୀ ହରିହର ଖମାରୀ, ମଙ୍ଗଳ ଅଧିକାରୀ ରଞ୍ଜିତ କୁମାର ଦାସ ଓ ଶ୍ରୀ ଶୈଳେନ୍ଦ୍ର କୁମାର ସାମନ୍ତରାୟ , ମିଳନ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।