ଜାନୁଆରୀ୯ରୁ ବ୍ରହ୍ମପୁର ମହାନଗର ମହୋତ୍ସବ.;କଳାଓ ସଂସ୍କୃତିରଏକନିଆରା ମଞ୍ଚରେ ପରିଚିତହେବେ ଅନେକକଳାକାର

MM-PRESSMEET

ଓଡିଶା ବାର୍ତ୍ତା

ବ୍ରହ୍ମପୁର ୦୮/୦୧/୨୬ ଚର୍ଚ୍ଚ ପଡିଆ ଠାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବ୍ରହ୍ମପୁର ମହାନଗର ମହାତ୍ସବ ୦୯ ତାରିଖ ଠାରୁ  ୧୮ ତାରିଖ ପଯ୍ୟନ୍ତ ୧୦ ଦିନ ଧରି ଅନୁଷ୍ଠିତ ହେବ ପ୍ରତିଦିନ ଅପରାହ୍ନ .୩୦ ସମୟରୁ କବିତା ପାଠସହ ସାହିତ୍ୟ ଚର୍ଚ୍ଚା, ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୬ଘଣ୍ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  ୧୦ ତାରିଖ ସନ୍ଧ୍ୟା ଘଣ୍ଟା ସମୟରେ ବ୍ରହ୍ମପୁର ବିଧାୟକ  କେ. ଅନିଲ କୁମାର ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତିଏହି ଅବସରରେ ବହୁ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ତଥା ବହୁ ବରିଷ୍ଠ କଳାକାର, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମନ୍ତ୍ରୀଙ୍କ ଯୋଗଦାନ ଦେବା କାର୍ଯ୍ୟକ୍ରମ ରହିଛି

୧୦ ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୦୫ ଗୋଟି ନୃତ୍ୟ ଅନୁଷ୍ଠାନ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୧୦ଗୋଟି ଲୋକକଳା ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛିସେଣ୍ଟ ଷ୍ଟିଫେନ୍ ଚର୍ଚ୍ଚ ପଡିଆ ଠାରେ ଆୟୋଜିତ  ବ୍ରହ୍ମପୁର ମହାନଗର ମହୋତ୍ସବରେ ୧୨୦ ରୁ ଅଧିକ ଷ୍ଟଲ ନିର୍ମିତ ହୋଇଥିବା ବେଳେ ଷ୍ଟଲରେ ରାଜ୍ୟ ରାଜ୍ୟ ବାହାର ହସ୍ତଶିଳ୍ପ କୁଟୀରଶୀଳ୍ପ କାରୁକାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନୀ ସମେତ ବିକ୍ରୟ ବ୍ୟବସ୍ଥା ସହିତ ଭଉଣୀ ମାନଙ୍କ ବିଭିନ୍ନ ଘରକରଣା ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି.ମହୋତ୍ସବ ପ୍ରତିଟି ରଜନୀରେ ୧୦୦୦ରୁ ଅଧିକ କବି କବ୍ୟୟତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରିବା କାର୍ଯ୍ୟକ୍ରମ ରହିଛି. ଏହାସହିତ ପ୍ରତି ସନ୍ଧ୍ୟାରେ ସାହିତ୍ୟ ଆସର ଆଲୋଚନଚକ୍ର ଅନୁଷ୍ଠିତ ହେବ ଏହାକୁ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ସହଯୋଗ ରେ ଆୟୋଜିତ କରାଯାଉଛି ବ୍ରହ୍ମପୁର ସହରରେ ଗତ ୧୩ ବର୍ଷ ଧରି ଅନୁଷ୍ଠିତ ହେଉଥିବା ମହାନଗର ମହୋତ୍ସବ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ସାହିତ୍ୟର ବିକାଶ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି

 ଚଳିତ ବର୍ଷ ଏହି ମହୋତ୍ସବ ଆୟୋଜନରେ ବହୁ ଗଣ ସଂଗଠନ  ସାମିଲ ହେବା ପାଇଁ ସହମତି ପ୍ରକାଶ କରୁଛନ୍ତି ଏହି ମହୋତ୍ସବ ଏକ ନିଆରା ସ୍ଵାଦର ମହୋତ୍ସବ ହେବ ବୋଲି ଆୟୋଜକ ଆଶା କରିଛନ୍ତି ଏଥିରେ ଗଂଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକକଳା ସଂସ୍କୃତିକୁ ପ୍ରୋତ୍ସାହନ ଯୋଗାଇ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଅଛି

 ମହୋତ୍ସବ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ, ଆରକ୍ଷୀ ବାହିନୀ, ଅଗ୍ନିଶ୍ରମ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ ଏବଂ ବ୍ରହ୍ମପୁର ମହାନଗର ନିଗମ ବିଶେଷ ସହଯୋଗ ପ୍ରଦାନ କରିଛନ୍ତି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କମିଟି ସଭାପତି ଗୋପାଳ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ଏହି ଅବସରରେ ଆବାହକ ଇଂ ଉମା ଶଙ୍କର ପାଣିଗ୍ରାହୀ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଗୌରୀ ଶଙ୍କର ମିଶ୍ର, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ଆଇନ ପରାମର୍ଶଦାତା ଅରୁଣ ସ୍ୱାଇଁ,ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ. ସାଂସ୍କୃତିକ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ସଂଯୋଜନା କରି ଥିବା ବେଳେ ସଂଯୋଜିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ.