ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

janani

ସଞ୍ଜୟ କୁମାର ପାଣିଗ୍ରାହୀ ,ଓଡ଼ିଶା ବାର୍ତ୍ତା

ବାଲିଗୁଡା,୨୫/୦୮: ଜନନୀ ବିକାଶର ଆଉ ଏକ ନଗ୍ନ ଚିତ୍ର ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗାଁର ଘଟିଛି ଏପରି ଘଟଣା ଖବର ଅନୁଯାୟୀ, ଲଦାଙ୍ଗି ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା ପରିବାର ଲୋକେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଏଥିଲାଗି ମୃତ୍ୟୁଞ୍ଜୟ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ ଏହାପରେ ଆମ୍ବୁଲାନ୍ସ ବନିତାଙ୍କୁ ଆଣିବା ପାଇଁ ଲଦାଙ୍ଗି ଅଭିମୁଖେ ବାହାରିଥିଲା କିନ୍ତୁ ଲଦାଙ୍ଗି ଗାଁଠାରୁ କିମି ଦୂର ବଡ଼ାଙ୍ଗପିପିଲି ଠାରୁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା ଗାଁକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ଏବଂ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଗାଡି ଆଡକୁ ବଢିପାରିନଥିଲା ଶେଷରେ ଆମ୍ବୁଲାନ୍ସ ଚାଳକ ଶିବରାମ ବଳିଆର ସିଂ ଗାଡ଼ିରୁ ଓହ୍ଲାଇଥିଲେ ସ୍ୱାମୀ ମୃତ୍ୟୁଞ୍ଜୟ ଅନ୍ୟ କିଛି ଗାଁର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରେ ବୋହି ଆଣିଥିଲେ ଷ୍ଟ୍ରେଚରରେ ବୋହି ଆଣିବା ସମୟରେ ବନିତା ଯନ୍ତ୍ରଣାରେ ଛଟପଟ ହୋଇ ଅଧାବାଟରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ l ପ୍ରସବ ପରେ ଉଭୟ ମାଆ ଝିଅଙ୍କୁ ପୁଣି ଥରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା ଏହାପରେ ଉଭୟଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ମା ଶିଶୁ କନ୍ୟା ଉଭୟେ ସୁସ୍ଥ ଥିବା ଜଣାପଡିଛି l