ଜନଗହଳି ମଧ୍ୟରେ ଷଷ୍ଠ ଦିନରେ ପହଁଚିଲା 13 ତମ,ମହାନଗର ମହୋତ୍ସବ.

6th-mm

ଓଡିଶା ବାର୍ତ୍ତା

ନିଷ୍ଟ ଛାତ୍ରଛାତ୍ରୀଙ୍କ ମ୍ୟୁଜିକ ବ୍ୟାଣ୍ଡ ଥିଲା ମୁଖ୍ୟ ଆକର୍ଷଣ.

ବ୍ରହ୍ମପୁର : 13 ତମ ମହାନଗର ମହୋତ୍ସବର ପଞ୍ଚମ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଥିଲେ. ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଯୁବ ନେତା ସନ୍ତୋଷ ପାତ୍ର ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ. ମହୋତ୍ସବ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରର ମହକ ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ ହୋଇଥିଲା କବିତା ଆସର. ସମସ୍ତ କବି କବ୍ୟୟତ୍ରୀ ସ୍ୱରଚିତ କବିତାପାଠ କରିବା ସହିତ, ସେହି କବିତା ଆଲୋଚନା ସମାଲୋଚନା କରିଥିଲେ. ଏହି ଅବସରରେ ମହକ ସାହିତ୍ୟ ସଂସଦର ସମସ୍ତ ସଦସ୍ୟଙ୍କୁ  ମହାନଗର ମହୋତ୍ସବ କମିଟି ପକ୍ଷରୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇଥିଲା.

ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଶଙ୍କର ଗୋସ୍ୱାମୀ, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ସାଂସ୍କୃତିକ ସମ୍ପାଦକ ସୁଦିପ କୁମାର ସାହୁ, ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ପ୍ରଶାନ୍ତ ପ୍ରତିନିଧି,ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ଗୋକୁଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ.

ମହାନଗର ମହୋତ୍ସବର ଷଷ୍ଠ ରାଜନୀରେ ରାଜ୍ୟ ସଂସ୍କୃତି ବିଭାଗ ପ୍ରଦତ୍ତ ଦୟାସାଗର ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାର ମାନେ ପରିବେଷଣ କରିଥିଲେ ଛଉ ନୃତ୍ୟ. ଜିଲ୍ଲା ସଂସ୍କୃତି ପରିଷଦ ପ୍ରଦତ୍ତ ଅନୁରାଗ ଫୋକ ଡ୍ୟାନ୍ସ ସେଣ୍ଟରର କଳାକାର ପରିବେଷଣ କରିଥିଲେ ପଶୁମୁଖା ନୃତ୍ୟ.ଏହାସହିତ ସ୍ଥାନୀୟ କଳାକାର ନୃତ୍ୟ ତରଙ୍ଗିଣୀ ଡ୍ୟାନ୍ସ ଏକାଡେମୀ କଳାକାର ପରିବେଷଣ କରିଥିଲେ ସମୁଦ୍ର ମନ୍ଥନ,ଷ୍ଟା୍ଭିକ ସୋଲ ଫାଉଣ୍ଡେସନ ତରଫରୁ ପରିବେଷଣ ହୋଇଥିଲା ସମ୍ବଲପୁରୀ ନୃତ୍ୟ,ନୃସିଂହ ଥିମ ପରିବେଷଣ କରିଥିଲେ ଅମାଜିଙ୍ଗ ଡ୍ୟାନ୍ସ କ୍ରୁ କଳାକାର,ଆରାଧନା ଡ୍ୟାନ୍ସ ଏକାଡେମୀ ପରିବେଷଣ କରିଥିଲେ ରାଜସ୍ଥାନୀ ରିମିକ୍ସ,ଆର.ସି ଚର୍ଚ୍ଚ ଏବଂ ଲଳିତକଳା ଏକାଡେମୀ ପକ୍ଷରୁ ରିମିକ୍ସ ନୃତ୍ୟ ପରିବେଷଣ କରିଥିଲେ,ସନରାଇଜ କିଡ଼ସ ସ୍କୂଲର  କୁନିକୁନି କଳାକାର ଇଟିକିଲି ମିଟିକିଲି,ରିଅଲ ଷ୍ଟାର ଡ୍ୟାନ୍ସ ସ୍ଟୁଡ଼ିଓ ପକ୍ଷରୁ ରିମିକ୍ସ,ସ୍ୱାଗୀ ସ୍କ୍ୱାର୍ଡ଼ ଡ୍ୟାନ୍ସ ଏବଂ ଫ୍ୟାସନ ପକ୍ଷରୁ ଫ୍ୟାସନ ସୋ,ରାମଲୀଙ୍ଗେଶ୍ୱର ଦଣ୍ଡନୃତ୍ୟ ପକ୍ଷରୁ ଦଣ୍ଡ ନାଚ ପରିବେଷଣ ହୋଇଥିଲା.ସମସ୍ତ ଅନୁଷ୍ଠାନର କଳାକାର ଙ୍କୁ ମାନପତ୍ର ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଅତିଥିଗଣ.ମହାନଗର ମହୋତ୍ସବର ଷଷ୍ଠ ରଜନୀର ମୁଖ୍ୟ ଆକର୍ଷଣ ଥିଲା ବୈଷ୍ୟୟିକ ଶିକ୍ଷାନୁଷ୍ଠାନ ନିଷ୍ଟ ଛାତ୍ରଛାତ୍ରୀଙ୍କ ମ୍ୟୁଜିକ ବ୍ୟାଣ୍ଡ.ଏହାକୁ ପରିବେଷଣ କରିଥିଲେ ଯଶବିନ୍ଦର ସିଂ ଏବଂ ତାଙ୍କ 15 ଜଣିଆ ଟିମ. ମହାନଗର ମହୋତ୍ସବର ଷଷ୍ଠ ରଜନୀର କାର୍ଯକ୍ରମକୁ ସଂଯୋଜନା ମଞ୍ଚ ପରିଚାଳନା କରିଥିଲେ ସୋନାଲି ପାଣିଗ୍ରାହୀ, କାର୍ତ୍ତିକ ପାଣିଗ୍ରାହୀ ଏବଂ ଶିବାନନ୍ଦ ବାରିକ,