ଯକୃତ ରୋଗରେ ପୀଡିତ ରୋଜଗାରିଆ ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ କଲେ ପରିବାର ଲୋକ ।
Sibaram Majhi,Odishabarta
ବେଗୁନିଆପଡା ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସର ଗ୍ରାମ ର ମାଗୁଣି ଭୂୟାଁ ଙ୍କ ପୁଅ କୃଷ୍ଣଚନ୍ଦ୍ର ଭୂୟାଁ ବୟସ ୩୨ ବର୍ତ୍ତମାନ ଯକୃତ ରୋଗରେ ପୀଡିତ ହୋଇ ଟଙ୍କା ଅଭାବରୁ ଚିକିତ୍ସା କରିବା ପାଈଁ ଚିନ୍ତାରେ ରହିଛନ୍ତି । କୃଷ୍ଣ ର ଚିକିତ୍ସା ପାଇଁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ମାଗୁଣି ଭୂୟାଁ ଏବଂ ପ୍ରମିଳା ଭୂୟାଁ ଙ୍କ ଦୁଇ ପୁଅ ଏବଂ ଜଣେ ବୋହୂ ଅର୍ଥାତ୍ ସମୁଦାୟ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର ଢେର୍ ହସଖୁସିରେ ଚାଲିଥିଲା । ବଡ ପୁଅ କୃଷ୍ଣ ବେଗୁନିଆପଡା ବ୍ଲକ ତାଳସର ପଞ୍ଚାୟତରେ ଯୋଗାଣ ସହାୟକ ଭାବେ ଠିକା କର୍ମଚାରୀ ଭାବେ ମାସିକ ପାଞ୍ଚ ହଜାର ଟଙ୍କା ଦରମା ରେ କାର୍ଯ୍ୟ କରୁଥିଲେ । ହଠାତ ଗତ ଚାରି ପାଞ୍ଚ ମାସ ତଳେ ବଡ ପୁଅ କୃଷ୍ଣ ର ଦେହ ଖରାପ ହେବାରୁ ଚିକିତ୍ସା ପରେ ସେମାନେ ଜାଣିବାକୁ ପାଇଲେ ଯେ ତାହାର ଦୁଇ ଗୋଟି ଯକୃତ (ଲିଭର) ପାଖା ପାଖି ୭୦% ଖରାପ ଅଛି । ବିଭିନ୍ନ ମେଡିକାଲ୍ ରେ ଚିକିତ୍ସା ପରେ ସେ ସୁସ୍ଥ ନ ହେବାରୁ ଶେଷରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲ ରେ ବର୍ତ୍ତମାନ ଚିକିତ୍ସା ହେଉଛନ୍ତି । ଡ଼ାକ୍ତର ଙ୍କ କହିବା ମୁତାବକ କୃଷ୍ଣଙ୍କର ଦୁଇ ଗୋଟି ଯକୃତ ପ୍ରତିରୋପଣ କରିବାକୁ ପଡିବ ଏଥିନିମନ୍ତେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେବ ବୋଲି । ଏତେ ଟଙ୍କା କୋଉଠି ଆଣିବେ ଏବଂ ଭେଣ୍ଡିଆ ରୋଜଗାରିଆ ପୁଅ କେମିତି ସୁସ୍ଥ ହେବ ଏ ନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକ । ଏବଂ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ।