ଇଟା ବୋଝେଇ ଟ୍ରାକ୍ଟରରୁ ଗଞ୍ଜେଇ ଜବତ୍।

ganja_tract

ଜୟକୃଷ୍ଣ ମାଝୀ, ଓଡିଶା ବାର୍ତ୍ତା

କୋଦଳା:22/05: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ | ଛତ୍ରପୁର ଅବକରୀ ବିଭାଗ,ସ୍ଥାନୀୟ ପୋଲିସ ତହସିଲଦାରଙ୍କ ମିଳିତ ଚଢ଼ାଉ ରେ ଜବତ ହୋଇଛି ଏହି ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଆଜି ସକାଳୁ  ସଟ୍ ଡାଉନର ସୁଯୋଗ ନେଇ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର    ନଂ ଓଡି ୦୭ ଏଲ ୮୨୪୩ କୋଦଳା ଅଞ୍ଚଳରୁ ସୁମଣ୍ଡଳ ଅଭିମୁଖେ ଯାଉଥିବା ବେଳେ କଞ୍ଚଣା ଛକ ନିକଟରେ ତହସିଲଦାର ଅବକାରି ବିଭାଗ ଟ୍ରାକ୍ଟରକୁ ଅଟକାଇ ଥିଲେ ଟ୍ରାକ୍ଟର ଟି ସମ୍ପୁର୍ଣ୍ଣ ପାଲ ଘୋଡା ହୋଇଥିବା ବେଳେ ପାଲ କାଢିବା ପରେ ପାଖାପାଖି ତିନି କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଥିବାର ଜଣା ପଡିଥିଲା ଯାହାର ଆନୁମାନିକ ମୂଲ୍ୟ ପନ୍ଦର ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ିଛି ତେବେ ଗାଡିକୁ ଅଟକାଇବା ସମୟରେ ଡ୍ରାଇଭର ଫେରାର ହୋଇଯାଇଥିଲେ

 ଅବକାରୀ ବିଭାଗ ଗାଡିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ତେବେ ଉକ୍ତ ଟ୍ରାକ୍ଟର ଟି କାହାର ଏହାର ପ୍ରକୃତ ମାଲିକ କିଏ କେଉଁ ଅଂଚଳରୁ କେଉଁ ଅଞ୍ଚଳକୁ ଯାଉଥିଲା ତାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ଏହି ଅପରେସନ ରେ କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅବକାରୀ ଡେପୁଟି ସୁପରିଡେଣ୍ଟ ଅଭିରାମ ବେହେରା ,ସଦର ଇନ୍ସପେକ୍ଟର ଦୀପ୍ତି ମୟୀ ସାହୁ ,ମୋବାଇଲ ଇନ୍ସପେକ୍ଟର ପ୍ରୀତିଧାରା ନାୟକ,ମୋବାଇଲ ସଵ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗଲ ,ଖଲ୍ଲିକୋଟ ଅବକରୀ ସବ ଇନ୍ସପେକ୍ଟର ଅଜିତ କୁମାର ପାତ୍ର, ସଦର ସବ ଇନ୍ସପେକ୍ଟର ମୋହନ ପ୍ରଧାନ ମିଳିତ ଭାବେ ଚଢ଼ାଉ କରିଥିଲେ