ଗାଁ ରୁ ୪ପରିବାର କୁ ନିଆଁ, ପାଣି,ରାସ୍ତା ରୁ ବାସନ୍ଦ କଲେ,ଗ୍ରାମ ବାସୀ ।

nia-pani

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର(ଓଡ଼ିଶା ବାର୍ତ୍ତା)ତା:-୨୮//୨୧:ନବରଙ୍ଗପୁର ଜିଲ୍ଲା ରେ ଆଜି ମଧ୍ୟ ଚାଲିଛି ମଧ୍ୟଯୁଗୀୟ ମାନସିକତା, ଗ୍ରାମବାସୀ ଙ୍କ କଥାରେ ସହମତି ପ୍ରକାଶ କଲେ ସାମାଜିକ ବାସନ୍ଦ ଭଳି କୁସଂସ୍କାର ଶିକାର ହେବାକୁ ପଡୁଛି ଲୋକଙ୍କୁ, ଆକ୍ରୋଶ ଶିକାର ହେଉଛନ୍ତି ଦୁର୍ବଳ ଶ୍ରେଣୀର ଲୋକ ସାମାଜିକ ବାସନ୍ଦ ଶିକାର ହେଉଛନ୍ତି, ସରକାରୀ ଜାଗାର ଜବର ଦଖଲ କୁ ନେଇ ଏମିତି ସାମାଜିକ ବାସନ୍ଦ ଶିକାର ହୋଇଛନ୍ତି ଚାରୋଟି ଦଳିତ ଶ୍ରେଣୀର ପରିବାର ଭୟ ଲଜ୍ଜା ରେ ଦିନ କାଟୁଛନ୍ତି ନ୍ୟାୟ ପାଇଁ ପ୍ରଶାସନ ନିକଟକୁ ଧାଇ ବୁଲୁଛନ୍ତି ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ।ଗ୍ରାମରେ ଥିବା ସରକାରୀ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ପରିବାର ନିଆଁ ପାଣି ଠାରୁ ଆରମ୍ଭ କରି ଗାଁରେ ଚାଲିବା ପାଇଁ ଥିବା ଦାଣ୍ଡକୁ ମଧ୍ୟ ଛାଡିଲେ ନାହି ସାମାଜିକ ବାସନ୍ଦ ମଧ୍ୟରେ ରହି ଏକ ଅଭିଶପ୍ତ ଜୀବନ ବିତଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ସଦର ଗ୍ରାମପଞ୍ଚାୟତର ପରିବାର  

ମିଳିଥିବା ସୂଚନା ଅନୁଯାଇ ଚିର୍ମା ଗ୍ରାମରେ ସନୁ ହରିଜନ, ଚନ୍ଦରୁ ହରିଜନ, ବଇଦନାଥ ହରିଜନ ଟୁନୁ ହରିଜନ ଜଣ ଙ୍କ ନିଜସ୍ଵ ଜମିବାଡ଼ି ନଥିବା ଯୋଗୁଁ, ନିଜ ନିଜ ପରିବାର ସହ  ଦୀର୍ଘ ଦିନ ହେବ ଚିର୍ମା ଗ୍ରାମ ଏକ ସରକାରୀ ଜମିରେ ଘର ନିର୍ମାଣ କରି ବସବାସ କରି ଆସୁଛନ୍ତି ସରକାରୀ ଆବାଦୀଯୁକ୍ତ  ୧୫ ଡେସିମିଲ ଘରଡିହ ସ୍ଥାନରେ ଗ୍ରାମବାସୀ ସରକାର ତରଫରୁ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଆରମ୍ଭ କରିଦେଇଥିବା ବେଳେ ଏହାକୁ ପରିବାର ବିରୋଧ କରିବାରୁ ଗ୍ରାମବାସୀ ଉକ୍ତ ପରିବାରଙ୍କୁ ଗ୍ରାମରୁ ଅଲଗା କରି ନିଆଁ ପାଣି ବନ୍ଦ କରାଇଛନ୍ତି ଗ୍ରାମବାସୀ ମାନେ ବର୍ତମାନ ପରିବାର ସାମାଜିକ ବାସନ୍ଦ ଭୋଗିବା ସହ ଚାଲିବା ପାଇଁ ଗାଁ ଦାଣ୍ଡ ମଧ୍ୟ ବ୍ୟବହାର କରିବା ପାଇଁ ବାରଣ କରୁଛନ୍ତି, ଗୃହପାଳିତ ପଶୁ ଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ଏପରିକି ସରକାରୀ ନଳକୂପ କୁ ଗଲେ ନାନା କଟୁ କଥା ଗ୍ରାମବାସୀ କହୁଥିବା ଅଭିଯୋଗ କରି ଆଜି କୋଡିଙ୍ଗା ଥାନାର ଦ୍ଵାରସ୍ଥ ହୋଇ ଏକ ଏତଲା ଦାୟାର କରିଛନ୍ତି  

 ପୁର୍ବରୁ ଗତ ୨୨ ତାରିଖରେ ପରିବାର କୋଡିଙ୍ଗା ତହସିଲ କୋଡିଙ୍ଗା ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା, ଆଜି ପୁଣି କୋଡିଙ୍ଗା ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳ ଙ୍କୁ ପତ୍ର ଲେଖିଛନ୍ତି ଗ୍ରାମରେ ଲୋକ ମାନେ ବିଭିନ୍ନ ହଇରାଣ କରୁଥିବା ଯୋଗୁଁ ଜୀବନ ପ୍ରତି ବିପଦ ରହିଥିବା ମଧ୍ୟ ଜଣାଇଛନ୍ତି ଆସନ୍ତା ସାତ ଦିନ ମଧ୍ୟରେ କିଛି ସମାଧାନ ରାସ୍ତା ବାହାର ନକଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ରେ ସପରିବାର ସହ ଆଶ୍ରୟ ନେବେ ବୋଲି ଜଣାଇଛନ୍ତି ପରିବାର। ଅପରପକ୍ଷେ ଚୀର୍ମା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଚାରି ପରିବାର ସରକାରୀ ଜମି କୁ ଜବର ଦଖଲ କରିଛନ୍ତି ଗ୍ରାମବାସୀ ଉକ୍ତ ସ୍ଥାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚିହ୍ନଟ କରିଥିବା ଯୋଗୁ ଉଚ୍ଛେଦ କରିବାକୁ ନିଷ୍ପତି ନିଆଯାଇଛି ବୋଲି ଜଣାଇଛନ୍ତି