ଗଞ୍ଜାମ ଜିଲ୍ଲା ରେ ଲାଭାର୍ଥି ସଭା -ବୟନ ଶିଳ୍ପ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ  – ଝାର୍ସଦ

ସିପ୍ରା  ପଟନାୟକ ,ଓଡିଶାବର୍ତ୍ତା

ଖଲ୍ଲିକୋଟ : ୪/୫  ଗଂଜାମ ଜିଲ୍ଲାରେ ମହିଳା ମାନଙ୍କୁ ବୟନ ଶିଳ୍ପ ହସ୍ତ ତନ୍ତ ମାଧ୍ୟମ ରେ ଆର୍ଥିକ ସ୍ୱାବଲମ୍ବୀ କରାଯିବ ବୋଲି କେନ୍ଦ୍ର ବୟନ ଶିଳ୍ପ ରେଳ ମନ୍ତ୍ରୀ ଦର୍ଶନା ଝାର୍ସଦ ପ୍ରକାଶ କରିଛନ୍ତି l ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର ଠାରେ ଆୟୋଜିତ ଏକ ପ୍ରଧାମନ୍ତ୍ରୀ ଲାଭାର୍ଥି ସମ୍ମିଳନୀ ରେ ଯୋଗଦେଇ ଓଡିଶା ପୁରୁଷ ମହିଳା ମାନେ ସୁରଟ ଯାଇ ବୟନ ଶିଳ୍ପ ମାନଙ୍କ ରେ ଜୀବିକା ନିର୍ବାହ କରୁଛନ୍ତି l ଓଡିଶା ରେ ମହିଳା ଶ୍ରମିକ ମାନେ ଖୁବ ଦକ୍ଷ ତେଣୁ କେନ୍ଦ୍ର ବୟନ ଶିଳ୍ପ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଗଂଜାମ ମହିଳା ମାନଙ୍କୁ ସମସ୍ତ ଭିତ୍ତିଭୂମି ଯୋଗାଇବା ସହ ତାଲିମ ଦେବା ପାଇଁ ଆବଶ୍ୟକ ତାଲିମ ଡାଟା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ l ସମସ୍ତ ଗ୍ରୁପଙ୍କୁ ସାମିଲକରି କ୍ଲଷ୍ଟର କରି ତାଲିମ ବ୍ୟବସ୍ତା କରାଯିବ l ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି ମହିଳା ଗୋଷ୍ଠି ମାନଙ୍କୁ କେବଳ ଋଣ ଗ୍ରସ୍ତ କଲେ ହେବନି ସେମାନଙ୍କ ଉତ୍ପାଦିକା ଶକ୍ତି ବଢାଇବା ସହ ଆର୍ଥିକ ସ୍ୱାବଲମ୍ବୀ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ l ସର୍ବୋପରି ଦାଦନ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ ଓଡିଶା ସରକାରଙ୍କ ସହଯୋଗ ମିଳୁନାହିଁ ବୋଲି କହିଥିଲେ l ମୋଦି ଙ୍କ ଗତ ବର୍ଷ ରେ ମହିଳା ମାନେ ଉଜାଲା ଆବାସ ମାଗଣା ଚାଉଳ ସମେତ ଅନ୍ୟାନ୍ୟ କ୍ଷେତ୍ର କେତେ ଲାଭ ପାଇଛ ବୋଲି ମହିଳା ମାନଙ୍କୁ ପଚାରିଥିଲେ l ଖଲ୍ଲିକୋଟ ରେଳ ଷ୍ଟେସନ ରେ ଦ୍ରୁତଗାମୀ ରହଣି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l ଉକ୍ତ ସମ୍ମିଳନୀ ରେ ଜିଲ୍ଲା ବିଜେପି ସଭାପତି ଗକୁଳନନ୍ଦ ମଲ୍ଲିକ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା ସମ୍ପାଦକ ଯଜ୍ଞ ନାରାୟଣ ଦାଶ ,ପ୍ରାକ୍ତନ ଏନ ସି ଅଧକ୍ଷ ସାହାଙ୍କର ପ୍ରସାଦ ନାହାକ ବିଜେପି ନେତା ସୁରେନ୍ଦ୍ର ନାଥ ସାହୁ  ସିମାଞ୍ଚଳ ସେଠି ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ