ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜଗତି ସାହିରେ ଜଘନ୍ୟ ହତ୍ୟାକାଣ୍ଡ

ଜୟକୃଷ୍ଣ ମାଝୀ, ଶିବରାମ ମାଝୀ ଓଡ଼ିଶା ବାର୍ତ୍ତା

କୋଦଳା-:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜଗତି ସାହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ସାନ ଭାଇର କାତି ଚୋଟରେ ବଡଭାଇ ମୃତ l ମୃତକ ହେଲେ କିଶୋର ପାଣିଗ୍ରାହୀ l ଆଜି ସକାଳୁ କୌଣସି କାରଣ କୁ ନେଇ ଦୁଇଭାଇ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା l ପରେ ପରେ ଭାଇ ରାଧାଶ୍ୟାମ ପାଣିଗ୍ରାହୀ ଙ୍କ କାତି ଚୋଟରେ ବଡଭାଇ କିଶୋର ପାଣିଗ୍ରାହୀ ଗୁରୁତର ହୋଇଥିଲେ l ତାଙ୍କୁ ପରିବାର ଲୋକ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଅନ୍ୟପଟେ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି l ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l