ଗଣମାଧ୍ୟମ ସର୍ବଦା ସତ୍ୟର ବାର୍ତ୍ତାବହ ସାଜୁ

KHL

Bureau,Odishabarta

କଳାହାଣ୍ଡି:୧୬୧୧ : ସତ୍ୟ ଉପରେ ମିଥ୍ୟା ଭାରି ପଡିପାରେ କିନ୍ତୁ  ସଦାବେଳ ପାଇଁ ଏହା ସମ୍ଭବ ହୋଇ ନଥାଏ ତେଣୁ ଗଣମାଧ୍ୟମ ସର୍ବଦା ସତ୍ୟର ବାର୍ତ୍ତାବହ ସାଜୁ ଏବଂ ସାଧାରଣ ଜନତାର ସ୍ବର ହେଉ ଶାସନକୁ ଶାଣିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପର୍ଣ୍ଣ ହୋଇଥାଏ ଯେଉଁ ଦେଶରେ ନିରପେକ୍ଷ ଗଣମାଧ୍ୟମ ରହିଛି, ସେଠାରେ ଏକ ଉତ୍ତମ ଶାସନ ବ୍ୟବସ୍ଥା ରହିପାରିବ ଆଜି ଜୁନାଗଡ଼ ସ୍ଥିତ ଆରଏମସି ସଭାଗୃହ ଠାରେ କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଅବସରରେ ଅତିଥି ମାନେ ଦେଶ ମାତୃକାର ସେବା ପାଇଁ ସାମ୍ବାଦିକ ମାନଙ୍କ ଭୂମିକା ଉପରେ ସବିଶେଷ ଆଲୋଚନା କରିଥିଲେ ସଂଘର ସଭାପତି ମହମ୍ମଦ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଉପଦେଷ୍ଠା ଦୁଷ୍ମନ୍ତ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚକ୍ରଧର ବେଶ୍ରା, ଜିଲ୍ଲା ଉପସଭାପତି ପ୍ୟାରିଲାଲ ଦୁର୍ଗା, ଜିଲ୍ଲା ସମ୍ପାଦକ ଇଶ୍ବରୀ ପଟେଲ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ଏହି ଅବସର ରେ ଜୀବନ ବ୍ୟାପୀ ସାମ୍ବାଦିକତା ପାଇଁ ବର୍ଷୀୟାନ ସାମ୍ବାଦିକ ତଥା ଓକିଲ, ପୁର୍ବ ଏଁ ସି ଅଧ୍ୟକ୍ଷ ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ ଙ୍କୁ ସମ୍ମାନିତ କରାଯାଇ ଥିଲା ସେହିପରି ଯୁବ ଶିଳ୍ପ ଉଦ୍ୟୋଗୀ ଆଶିଷ ଗୋଏଲ ଙ୍କୁ ଏବଂ ଚାକିରି କ୍ଷେତ୍ର ରେ କାର୍ଯ୍ୟତ ଥାଇ ସମାଜ ସେବାକୁ ବ୍ରତ ଭାବେ ଗ୍ରହଣ କରିଥିବା ଅଲେଖ ସା ଙ୍କୁ ଏବଂ ଅନନ୍ୟ ପ୍ରତିଭା ଧାରୀ ଛାତ୍ରୀ ସୌମ୍ୟା ସ୍ୱରୂପା ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା ଏହି କ୍ରମରେ ସମ୍ପ୍ରତି ଆଧୁନିକତାର ଡିଜିଟାଲ ଯୁଗରେ ସାମ୍ବାଦିକତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ସମାରୋହରେ କଳାହାଣ୍ଡି ଜିଲ୍ଲାର ସମଗ୍ର ଅଞ୍ଚଳରୁ ସାମ୍ବାଦିକ ମାନେ ଯୋଗଦେଇ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ ।V