ଫେବୃୟାରୀ୧୧ତାରିଖ ରୁ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ

HELTPRESS

ପ୍ରତିଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ପ୍ରସୂତୀ ରୋଗ ଅନ୍ୟାନ୍ୟ ରୋଗର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ଜନବହୁଳ ଗଂଜାମ ଜ଼ିଲ୍ଲାରେ ଏମ୍ସ ପ୍ରତିଷ୍ଠା ସମ୍ପର୍କିତ ଆଲୋଚନା ଚକ୍ର

ଓଡିଶା ବାର୍ତ୍ତା

ବ୍ରହ୍ମପୁର ତା ୧୦.୦୨.୨୬ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ଯାଳୟ ଖେଳ ପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହାତ୍ସବ୨୦୨୬ ଚଳିତ ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଆୟୋଜିତ ହେବ

ଏଥିନେଇ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘର ସଭାପତି ବିଜୟ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା  ଏହି ସ୍ବାସ୍ଥ୍ଯ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ, ହୋମିଓପ୍ଯାଥିକ୍, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଭେଷଜ ଚିକିତ୍ସାଳୟ ସମ୍ବନ୍ଧିତ ୮୧ ଗୋଟି ପ୍ରଦର୍ଶନୀ ଷ୍ଟଲ ସହ ପ୍ରତ୍ଯେକ ଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ପ୍ରସୂତୀ ରୋଗ ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ସ୍ବାସ୍ଥ୍ଯ ପରୀକ୍ଷା ମାଗଣାରେ କରାଯିବ  ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି

ସ୍ୱାସ୍ଥ୍ୟ ସମସ୍ୟା ଆଜି ସମାଜର ଏକ ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି ତାସହିତ ଗଞ୍ଜାମ ଭଳି ଏକ ଜନ ବହୁଳ ଜ଼ିଲ୍ଲାରେ ଅଧିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ବିଷୟରେ ଜନ ଜାଗରଣ କରି ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ସ୍ବାସ୍ଥ୍ଯ ପର୍ଯ୍ୟଟନର ଏକ ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ରାଜ୍ଯ ସରକାରଙ୍କ ସମ୍ମୁଖରେ ରାଜ୍ଯର ଦ୍ବିତୀୟ ଏମ୍ସ (AIIMS) ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଦାବୀ ଉପସ୍ଥାପିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା

ପ୍ରତିଦିନ ଉଭୟ ଓଳି ଓପିଡି ଖୋଲିବ ସେହି ଓପିଡି ରେ ବିଶାଖାପାଟଣା ଭୁବନେଶ୍ୱରରୁ ସୁନାମାଧନ୍ୟ ବିଶେଷଜ୍ଞ ମାନେ ଯୋଗ ଦେବେ ସମ୍ପୂର୍ଣ ମାଗଣାରେ ରୋଗୀମାନେ ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ନେଇପାରିବେ ସବୁଦିନ ସକାଳୁ ଯୋଗ, ମଧ୍ୟାହ୍ନରେ ସେମିନାର, ସନ୍ଧ୍ୟାରେ ବୈଠକ ପରେ ପରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ୧୪ ତାରିଖରେ ମେଗା ରକ୍ତଦାନ ଶିବିର  ଏବଂ ଶେଷ ଦିନ ଜ଼ିଲ୍ଲାରେ ଏମ୍ସ ପ୍ରତିଷ୍ଠା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଙ୍ଘର ସମ୍ପାଦକ ଡା. ବିଷ୍ଣୁ ପ୍ରସାଦ ପଣ୍ଡା ସୂଚନା ଦେଇଥିଲେ

୧୧ ତାରିଖ ସକାଳେ ମଶାଲ ଶୋଭା ଯାତ୍ରା ମା ବୁଢୀ ଠାକୁରାଣୀ ମନ୍ଦିର, ମା ତାରାତାରିଣୀ ମନ୍ଦିର ଏବଂ ମା ବାଙ୍କେଶ୍ଵରୀ ପୀଠରୁ ବାହାରି ଠାକୁରାଣୀ ମନ୍ଦିର ନିକଟରେ ପହଂଚିବ ସେଠାରେ ପୂଜାର୍ଚ୍ଚନା ପରେ ମଶାଲ ଗୁଡିକୁ ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ଯାଳୟ ଖେଳ ପଡିଆକୁ ଅଣାଯିବ

ସାମ୍ବାଦିକ ସମ୍ମିଳନୀରେ ସଙ୍ଘର କାର୍ଯ୍ୟକାରୀ ସଭାପତି ନାରାୟଣ ମହାକୁଡ଼, ଉପ ସଭାପତି ନାରାୟଣ ଦାସ, ଗମମାଧ୍ୟମ ସଂଯୋଜକ ସୁନୀଲ କୁମାର ସାହୁ, ନାଗେଶ୍ୱର ପୃଷ୍ଟି, ନବୀନ କୁମାର ମହାପାତ୍ର, ରୋହିତ ପରିଡା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ