ଫେବୃଆରୀ ୩ରୁ୫ତାରିଖ ଯାଏଁ ସୁନାପୁର ବେଳା ଭୂମି ମହୋତ୍ସବ

sunapur-fest

ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ  ଉଦ୍ଘାଟନ, ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ କରକମଳରେ ଉଦଯାପନ

ପ୍ରଥମ ଦିନଅସୀମା ପଣ୍ଡା, ଦ୍ବିତୀୟ ଦିନ ସୁଜ୍ଞାନୀ, ଶୈଳେନ୍ଦ୍ରସୋହାନୀ ମହମ୍ମଦ ଅଲ୍ଲି ଏବଂ ତୃତୀୟ ଦିନ ଅରୁଣିତା କାଞ୍ଜିଲାଲ୍

ଓଡିଶା ବାର୍ତ୍ତା

ଗଞ୍ଜାମ ;ସୁନାପୁର ତା. ୩୧.୦୧.୨୦୨୬ : ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ପାଇଁ ଚଳିତ ବର୍ଷ ମହା ସମାରୋହରେ  ସୁନାପୁର ବେଳାଭୂମି ମହୋତ୍ସବ ଫେବୃଆରୀ ୦୩ ରୁ ୦୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି l ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆଜି ସୁନାପୁର ଇକୋ ରିଟ୍ରିଟ ପରିସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି

ବିଧାୟକ ଶ୍ରୀ ସାମନ୍ତରାୟ ସୁନାପୁର ବେଳାଭୂମି ମହୋତ୍ସବ ସମ୍ପର୍କିତ ସବିଶେଷ ସୂଚନା ପ୍ରଦାନ କରିଥିଲେ  ଚିକିଟିସ୍ଥିତ ମା ବାଳକୁମାରୀ   ମା ବଗଳାମୁଖୀ ମନ୍ଦିର, ଜୟନ୍ତିପୁରସ୍ଥିତ ମା ପଶ୍ଚିମେଶ୍ବରୀ ମନ୍ଦିର, ପାତ୍ରପୁରସ୍ଥିତ ମା କୁଠାରୀଶ୍ୱରୀ, ସୁନାପୁରସ୍ଥିତ ମା ଫୁଲକାଶୁଣୀ ଗ୍ରାମ ଦେବତୀଙ୍କ ଠାରୁ ଆଶୀର୍ବାଦ   ଆଂଜ୍ଞା ମାଳ ଆଣି ପଣ୍ଡିତ, ସାଧୁସନ୍ଥଙ୍କ ଦ୍ୱାରା ସମୁଦ୍ର ଆଳତି କରାଯାଇ ସୁନାପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଯିବ 

ପ୍ରଥମ ଦିବସରେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବ୍ରହ୍ମପୁର ସାଂସଦ . ପ୍ରଦୀପ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ  ସିଦ୍ଧାନ୍ତ ମହାପାତ୍ର, କବିସୂର୍ଯ୍ଯ ନଗର ବିଧାୟକ ପ୍ରତାପ ନାୟକ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀ ସରୋଜ ସାବତ  ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି 

  ତା ପରଦିନ ଅର୍ଥାତ୍ ଦ୍ବିତୀୟ ଦିବସରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ଯ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ . ପ୍ରଦୀପ କୁମାର ପାଣିଗ୍ରାହୀ, ଖଣ୍ଡପଡା ବିଧାୟକ  ଦୁଷ୍ମନ୍ତ କୁମାର ସ୍ବାଇଁ, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଭଞ୍ଜନଗର ବିଧାୟକ  ପ୍ରଦ୍ଯୁମ୍ନ କୁମାର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀ ସରୋଜ ସାବତ    ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି 

ଉଦଯାପନ ଦିବସରେ ବାଣିଜ୍ୟ ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି  ଭୂଷଣ ଜେନା, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବ୍ରହ୍ମପୁର ସାଂସଦ . ପ୍ରଦୀପ କୁମାର ପାଣିଗ୍ରାହୀ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବ୍ରହ୍ମପୁର ବିଧାୟକ କେ. ଅନିଲ୍ କୁମାର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ସୋରଡା ବିଧାୟକ ନୀଳମଣି ବିଷୋୟୀ, ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରମ୍ ବିଧାୟକ ବି. ଅଶୋକ, ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି 

   ଏହି ମହୋତ୍ସବରେ ଲୋକମାନଙ୍କର ଭରପୁର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ କରାଯାଇଛି  ଏହି ମହୋତ୍ସବର ପ୍ରଥମ ଦିନରେ  ଓଡିଶାର ସୁପରିଚିତ ଗାୟିକା ଅସୀମା ପଣ୍ଡା, ଦ୍ବିତୀୟ ଦିବସରେ ଗାୟିକା ସୁଜ୍ଞାନୀ ମହାପାତ୍ର, ଓଲିଉଡ୍ ଡ୍ଯାନ୍ସର ଶୈଳେନ୍ଦ୍ରସୋହାନୀ ଟଲିଉଡ୍ ହାସ୍ଯ ଅଭିନେତା ମହମ୍ମଦ ଅଲ୍ଲି ଏବଂ ତୃତୀୟ ଦିବସରେ ଇଣ୍ଡିଆନ୍ ଆଇଡଲ୍ ଜରିଆରେ ନା କମେଇଥିବା  ଅରୁଣିତା କାଞ୍ଜିଲାଲ୍ ଯୋଗଦେବେ  ଏହା ସହିତ ଫେବୃୟାରୀ  ତାରିଖ ସକାଳ ୮ଘଟିକା ସମୟରେ ଏକ ମାରାଥନ୍ ଆୟୋଜନ ହେବ  ଏହି ମାରାଥନ୍ ସୁରଳ ଛକରୁ ଆରମ୍ଭ ହୋଇ ଜଗପୁରରେ ଶେଷ ହେବ ବୋଲି ଚିକିଟି ବିଧାୟକ ଶ୍ରୀ ଦ୍ଯାନ ସାମନ୍ତରାୟ ସୂଚନା ଦେଇଛନ୍ତି 

 ଗୋପାଳପୁର ବେଳାଭୂମି ମହୋତ୍ସବ ଗଣମାଧ୍ଯମର ବନ୍ଧୁ ମାନଙ୍କର ବ୍ଯାପକ ପ୍ରଚାର ପ୍ରସାର ହେତୁ ସଫଳ ହୋଇଛି  ଠିକ୍ ସେହିପରି ସୁନାପୁର ବେଳାଭୂମି ମହୋତ୍ସବକୁ ମଧ୍ଯ ସମସ୍ତ ସହଯୋଗ ଆପଣମାନେ ଯୋଗାଇବେ ବୋଲି ଜିଲ୍ଲାପାଳ ଓ୍ବି କୀର୍ତ୍ତୀ ଓ୍ବାସନ୍ ଆଶା ପ୍ରକଟ କରିଛନ୍ତି  ନୈସର୍ଗୀକ ପ୍ରାକୃତିକ ସୌନ୍ଦର୍ଯ୍ୟ ତାହା ସହିତ ପରିସ୍କାର ପରିଚ୍ଛନ୍ନତା ପାଇଁ ପରିଚିତ ସୁନାପୁର ବେଳାଭୂମିରେ ବହୁ  ଆଡମ୍ବରରେ ଏହି ମହୋତ୍ସବ ଆୟୋଜିତ ହେବ  ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି 

 ଆଜିର ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ପ୍ରତିନିଧି ମିନା ଦ୍ଯାନସାମନ୍ତରାୟ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ସ୍ଥାନୀୟ ସମିତି ସଭ୍ୟ ଅମୂଲ୍ଯ ବେହେରା, ଚିକିଟି ପାତ୍ରପୁର ତହସିଲଦାର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଅନ୍ଯାନ୍ୟ ଅଧିକାରୀ ଆୟୋଜକମାନେ ଉପସ୍ଥିତ ଥିଲେ