ଓଡ଼ିଶା ଟ୍ରାଭେଲ ବାଜାର ୨୦୨୪ରେ ପ୍ରଦର୍ଶନୀ ଓ ବି୨ବି କାର୍ଯ୍ୟକ୍ରମ ଆରମ୍ଭ

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ଆୟୋଜିତ ୫ମ ଓଡ଼ିଶା ଟ୍ରାଭେଲ ବାଜାର ୨୦୨୪ ଅବସରରେ ଓଡ଼ିଶା
ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡା. ଲେନିନ ମହାନ୍ତି ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ଶ୍ର୍ରୀ ସଚିନ
ରାମଚନ୍ଦ୍ର ଯାଦବଙ୍କ ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ବିକ୍ରେତାମାନଙ୍କର ଏକ ପ୍ରଦର୍ଶନୀ ଓ ବି୨ବି ବୈଠକ ଉଦଘାଟିତ ହୋଇଛି । ଏହି
କାର୍ଯ୍ୟକ୍ରମରେ ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ,
ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଉତରପ୍ରଦେଶ, ଉତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ୧୮ଟି ରାଜ୍ୟରୁ
ସମୁଦାୟ ୭୦ଜଣ ଘରୋଇ ଟୁର ଅପରେଟର ଏବଂ ବେଲଜିୟମ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ନେଦରଲ୍ୟାଣ୍ଡ,
ସିଙ୍ଗାପୋର, ଦକ୍ଷିଣ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ତୁର୍କୀ, ବ୍ରିଟେନ, ଭିଏତନାମ ଭଳି ୧୬ଟି ଦେଶରୁ ୬୦ଜଣ
ବିଦେଶୀ ଟୁର ଅପରେଟର ଯୋଗ ଦେଇଛନ୍ତି ।


