ଦୁର୍ଘଟଣା ଆହତ ଓ ଦୁଇ ନିରାଶ୍ରୟଙ୍କୁ ସେବା ପ୍ରଦାନ କଲା ଟିମ କ୍ଲିନ ସିଟି।

tcc

ଓଡ଼ିଶା ବାର୍ତ୍ତା

ବ୍ରହ୍ମପୁର/୨୪୧୦୨୧: ସାପ୍ତାହିକ ସେବା କାର୍ଯ୍ୟ ସମ୍ପାଦନ କରିବାକୁ ଯାଇ ଆଜି ଟିମ କ୍ଲିନ ସିଟି ପକ୍ଷରୁ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି ଗତ ରାତିରେ ରାସ୍ତାକଡରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତି ରାଜୁଙ୍କୁ ସଫା ସୁତୁରା କରି ନୂଆ ଵସ୍ତ୍ର ଖାଦ୍ୟ ଯୋଗାଇ ଦିଆଯାଇଥିଲା ରାଜୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଓଆରଏସ ଦିଆଯାଇଥିଲା ପରେ ମେଡିକାଲ ଛକରେ ବସିଥିବା ରାଜ୍ୟ ବାହାରର ମାନସିକ ବିକୃତ ବ୍ୟକ୍ତି ଯାହାଙ୍କ ନାମ ଉତ୍ତମ ବୋଲି ଜଣାପଡିଛି ତାଙ୍କୁ ମଧ୍ୟ ଅନୁରୂପ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ସହ ସଫା ସୁତୁରା କରି ନୂତନ ବସ୍ତ୍ର ଖାଦ୍ୟ ଯୋଗାଇ ଦିଆଯାଇଥିଲା ଏଥି ସହିତ mkcg ମେଡିକାଲ ଗେଟ ନିକଟରେ ଥିବା ବିଭିନ୍ନ ପ୍ରାଚୀରରୁ ପୋଷ୍ଟରଗୁଡିକୁ ମଧ୍ୟ ଟିମ ସଦସ୍ୟଙ୍କ ଦ୍ୱାରା ହଟାଯାଇଥିଲା ଏହି ସମୟରେ ସ୍ଥାନୀୟ ଗଜପତିନଗର ଛକରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କୁମୁଟି ନାୟକ ନାମକ ଜଣେବୃଦ୍ଧ ରିକ୍ସା ଚାଳକଙ୍କୁ ମେଡିକାଲ ନେଇ ତାଙ୍କର ଚିକିତ୍ସା କରାଯାଇଥିଲା ଆଜିର ସମସ୍ତ କାର୍ଯ୍ୟରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ ଏହା ସହିତ ଟିମ ପକ୍ଷରୁ ଜାରି ରହିଥିବା ଅସହାୟ ନିରାଶ୍ରୟ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ବୃଦ୍ଧି ପାଇ 87ରେ ପହଞ୍ଚିଛି ଟିମର ଏଭଳି କର୍ଯ୍ୟକୁ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି