ଦୁଃଖଦ ଖବର ଶୁଣି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପହଞ୍ଚି ମୃତକଙ୍କ ପାର୍ଥିବ ଶରୀରକୁ ଜନ୍ମ ସ୍ଥାନକୁ ପଠେଇଲେ

dead body

ଓଡିଶା ବାର୍ତ୍ତା

ବ୍ରହ୍ମପୁର :କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ବ୍ଲକ୍ ତଥା କାଲାଡି ଗ୍ରାମର ରାମଚନ୍ଦ୍ର ମୁଦୁଲିଙ୍କ ପୁତ୍ର ରାଜୁ ମୁଦୁଲିଙ୍କ ସ୍ଥାନୀୟ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାପରେ, କେହି ପରିବାର ଲୋକ ନଥିବା ହେତୁ ମୃତଶରୀରକୁ ତାଙ୍କରି କୋରାପୁଟ ଜିଲ୍ଲା ଗ୍ରାମକୁ  ସ୍ଥାନାନ୍ତରଣ କରିବା ପାଇଁ ଅସୁବିଧା ହେଉଥିବା ଖବର ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପାଖରେ ପହଞ୍ଚିଥିଲା, ଏହି ଦୁଃଖଦ ଖବର ଶୁଣି ମାନ୍ୟବର ବିଧାୟକ, ଯୁଦ୍ଧକାଳୀନ ଭିତ୍ତିରେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ମୃତକଙ୍କ ପାର୍ଥିବ ଶରୀରକୁ ତାଙ୍କରି ଜନ୍ମ ସ୍ଥାନକୁ ପଠେଇବା ପାଇଁ  ବ୍ୟବସ୍ଥା କରିଥିଲେ.., ଏଥିରେ ସ୍ଥାନୀୟ ବିଜେଡି ଛାତ୍ର ନେତୃବୃନ୍ଦ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ ଆବଶ୍ୟକୀୟ ସାହାଯ୍ୟ କରିଥିଲେ…,ଏସବୁ ପ୍ରକାର ନିଃସହାୟ ତଥା ମୃତ ବ୍ୟକ୍ତି ମାନଙ୍କ ପରିବାରବର୍ଗଙ୍କୁ ପ୍ରାଥମିକତା ଦେଇ ସଦାସର୍ବଦା ଆବଶ୍ୟକୀୟ ସେବା ଯୋଗେଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଥିବାରୁ, ମାନ୍ୟବର ବିଧାୟକ ସମସ୍ତ ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ…।