ଦୁବାଇ ରେ ମୃତ ଓଡ଼ିଆ ଶ୍ରମିକଙ୍କ ମର ଶରୀର ନିଜ ଗାଁ ରେ ଆସି ପହଂଚିଲା

ସିପ୍ରା ପଟନାୟକ, ଓଡିଶାବାର୍ତ୍ତା

ଗଞ୍ଜାମ ,10/05/23:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ଗ୍ରାମର ଜଣେ ବ୍ଯକ୍ତିଙ୍କର ଡୁବାଇରେ ମୃତ୍ୟୁ ଘଟିଥିଲା ମୃତ ବ୍ଯକ୍ତି ଜଣକ ହେଲେ ମର୍ଦ୍ଦକୋଟ ଛକ ସାହିର ୫୦ ବର୍ଷୀୟ ଧୃବ ଚରଣ ବରାଡ

ଶ୍ରମିକ ଭାବେ ସେ ଡୁବାଇରେ ଏକ ଘରୋଇ ସଂସ୍ଥାରେ ରହି କାର୍ଯ୍ଯ କରୁଥିବା ବେଳେ ଏପ୍ରିଲ 24 ତାରିଖ ରେ ତାକଂର ହାର୍ଟ ଆଟାକ୍ ରେ ମୃତ୍ୟୁ ଘଟିଥିଲା ମୃତ ଶରୀର କୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ମୃତକ ଙ୍କ ପରିବାର ପକ୍ଷରୁ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ ଙ୍କୁ ନିବେଦନ କରିଥିଲେ ! ସରପଞ୍ଚ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଙ୍କୁ ଅବଗତ କରାଇବା ପରେ ବିଧାୟିକା ଓଡିଶା ମୋ ପରିବାର ସହାୟତାରେ ବୁଧବାର ଦିନ ମୃତ ଶରୀର ମର୍ଦକୋଟରେ ପହଂଚି ଥିଲା ! ଏହି ସମୟରେ ବିଧାୟିକା , ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଆସିକା ସମବାୟ ନିର୍ଦେଶକ ହୃଷିକେଶ ମେହେଣା ଙ୍କ ସମେତ ଗ୍ରାମ ବାସୀ ମୃତ ଶରୀର କୁ ପୁଷ୍ପ ପ୍ରଦାନ କରିବା ସହ ଅମର ଆତ୍ମା ସଦଗତି କାମନା କରିଥିଲେ ! ପରିବାର ପକ୍ଷରୁ ବିଧାୟିକା ସରପଞ୍ଚ ଙ୍କୁ କୃତଜ୍ଞତା ଜଣାଇ ଥିଲେ  !

ସୂଚନା ଅନୁସାରେ ବର୍ଷ ତଳେ ଝିଅ ବାହାଘର ପାଇଁ ଗାଁ କୁ ଆସିଥିଲେ ଧୃବଝିଅ ବାହାଘର ସାରି ପୁଣି ଫେରି ଯାଇଥିଲେ ଦୁବାଇଦୀର୍ଘ ବର୍ଷ ଧରି ସେଠାରେ ସେ କାର୍ଯ୍ୟ କରିଥିବା ବେଳେ ଏବେ ତାଙ୍କର ଏଭଳି ଆକଶ୍ମୀକ ମୃତ୍ୟୁ ଘଟିଛି