ଦିର୍ଘ ଷୋହଳ ଦିନ ପରେ ଓଡିଆ ଶ୍ରମିକଙ୍କ ମୃତ ଶରୀର ଓଡିଶା ପହଞ୍ଚିଲା

dubai_body

ଜୟକୃଷ୍ଣ ମାଝୀ, ଓଡିଶା ବାର୍ତ୍ତା

କୋଦଳାବେଗୁନିଆପଡ ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ଗୁଡିଆଳି ଗ୍ରାମର ଗୌରହରି ସ୍ବାଇଁ ସେ ଦୁବାଇରେ କାମ କରୁଥିଲେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ସେ ମୃତ୍ୟୁ ବରଣ କରିଥିଲେ ଖବର ପାଇ ପରିବାର ଲୋକେ ଶୋକ ପ୍ରକାଶ କରିବା ସହ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା ଯେମିତି ହୋଉ ଦୁବାଇରୁ ନିଜ ଜନ୍ମ ମାଟିକୁ କିପରି ମର ଶରୀର ପହଞ୍ଚିବ ଚେଷ୍ଟା କରି ବିଧାୟିକା ଙ୍କୁ ଜଣାଇଥିଲେ ଗ୍ରାମ ପଞ୍ଚାୟତ ସରପଞ୍ଚ ହୃଷିକେଶ ମେହେଣାଙ୍କ ସହାୟତା ନେଇ ଗୌରହରିଙ୍କ ପରିବାର ସ୍ଥାନୀୟ ବିଧାୟିକାଙ୍କୁ ଉକ୍ତ ମର ଶରୀର ଫେରାଇ ଆଣିବା ପାଇଁ ଚେଷ୍ଟା କରନ୍ତୁ ବୋଲି ଅନୁରୋଧ କରିଥିଲେ ସେହି ସମୟରୁ ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ  ” ଓଡିଶା ମୋ ପରିବାର ସହଯୋଗରେ ସମସ୍ତ ପ୍ରକାର ଚେଷ୍ଟା କରି ଦର୍ଘ ଷୋହଳ ଦିନ ପରେ ଗୌରହରୀଙ୍କ ମୃତ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବାରେ ସଫଳ ହୋଇଛି ଶୁ୍କ୍ରବାର ଦିନ ୧୨ ଘଣ୍ଟ ସମୟରେ ଦୁବାଇରୁ ଭୁବନେଶ୍ବର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ବିଧାୟିକା ସେଠାରେ ଉପସ୍ଥିତ ରହିଓଡିଶା ମୋ ପରିବାର ଏକ ସ୍ବତନ୍ତ୍ର ଆମ୍ବୁଲାନସ୍ ଯୋଗେ ନିଜ ଜନ୍ମମାଟି ଗୁଡିଆଳି ଗ୍ରାମକୁ ପଠାଇଥିଲେ