ଦଶ ମାସ ଶିଶୁ ପୁତ୍ର ର ଆରୋଗ୍ୟ ଅପେକ୍ଷା ରେ ମା ‘
ସିପ୍ରା ପଟନାୟକ, ଓଡିଶାବାର୍ତ୍ତା
କବିସୂର୍ଯ୍ୟନଗର (ବେଲପଡା : ଦଶ ମାସର ରୁଗୁଣା ଶିଶୁକୁ ଚିକିତ୍ସା ପାଇଁ ଦିଗ ହରା ହୋଇ ବୁଲୁଛି ମା ଜୟନ୍ତୀ ଦାସ ! ପରିସ୍ଥିତି ର ପ୍ରତିବନ୍ଧକ ସାଜିଛି ଅର୍ଥ ! ସରକାର ଙ୍କ ତରଫରୁ ଗରିବ ଖଟିଖିଆ, ଦିନ ମଜୁରିଆ ପାଇଁ ମାଳ ମାଳ ଯୋଜନା ଥିବା କୁହା ଯାଉଥିବା ବେଳେ ଜୟନ୍ତୀ କ୍ଷେତ୍ରରେ ସବୁ ଯୋଜନା ର କ୍ଷୀୟ ଛିଣ୍ଡି ଯାଇଛି ! ଏଣେ ପାଖରେ ରାସନ କାର୍ଡ ନାହିଁ କି ସ୍ୱାସ୍ଥ୍ୟ କାର୍ଡ ନାହିଁ ! ଆବାସ ଯୋଜନା ତ ଦିବସ ସପନ ! ସରକାର ଙ୍କ ସମସ୍ତ ସୁବିଧା ରୁ ବାଦ ପଡିଥିବା ମା ଜୟନ୍ତୀ ନିଜ କୋମଳ ମତି ଶିଶୁର ଚିକିତ୍ସା ପାଇଁ ବାର ଦୁଆର ଘୁରି ବୁଲୁଛି ! ଏ କୌଣସି ଗପ କି କାହାଣି ନୁହେଁ ! ଏ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତ ମଠ ବରିଡା ଗ୍ରାମର ରଞ୍ଜନ ଦାସ ଙ୍କ ପରିବାର ତଥା ସ୍ତ୍ରୀ ଜୟନ୍ତୀ ଦାସ ଓ ତାଙ୍କ ଏକମାତ୍ର ପୁତ୍ର ବିଭୁ ଦାସ ଙ୍କ କଥା ! ବିଭୁ ଜନ୍ମ ହେବା ସମୟରୁ ମୁଣ୍ଡରେ ପାଣି ଜମିଥିବା ଜଣା ପଡିଥିବା ବେଳେ ଗୋଡ଼ ଦୁଇଟି ଅଚଳ ହେବା ସହ ପିଠିରେ ଦାଉ ସାଧିଛି ବିରାଟ ବଥ ର ଅସହ୍ୟ ଯାନ୍ତ୍ରଣା ! ଛୁଆ ର ଏପରି ପରିସ୍ଥିତି ରେ ମା ଜୟନ୍ତୀ ଦାସ ବାଧ୍ୟ ହୋଇ ନିଜ ବାପ ଘର ବେଲପଡା ଗାଁ କୁ ଚାଲି ଆସିଛି ! ଜୟନ୍ତୀ ନିଜ ଛୁଆ କୁ ନେଇ ମେଡିକାଲ ଯିବା ମାତ୍ରେ ଡାକ୍ତର ଅପରେସନ କରିବା ପାଇଁ ପରାମର୍ଶ ଦେଉଛନ୍ତି ! ଡାକ୍ତର କହିବା ଅନୁଯାୟୀ ଅପରେସନ ପାଇଁ ଅଶିଏ ହଜାର ଟଙ୍କା ଦରକାର ପଡୁଥିବା ଜଣା ପଡିଛି ! ଯାହାକି ଜୟନ୍ତୀ ପାଇଁ ସାତ ସପନ କହିଲେ ଅତୁକ୍ତି ହେବନାହିଁ ! ଦଶ ମାସ ଶିଶୁ ପୁତ୍ର ର ଏପରି ପରିସ୍ଥିତି ସମୟରେ କବିସୂର୍ଯ୍ୟନଗର ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ଜାଣିବା ପରେ ନିଜେ ଜୟନ୍ତୀ ଓ ଛୁଆ କୁ ଡାକି ସମସ୍ତ ବିଷୟ ଜାଣିବାକୁ ପାଇଥିଲେ !
ଏହାପରେ ଲତିକା ପ୍ରଧାନ ଦଶ ମାସର ଶିଶୁ ବିଭୁ ଦାସ ର ଚିକିତ୍ସା ପାଇଁ ପାଞ୍ଚ ହଜାର ଟଙ୍କା ଦେବା ସହ ସରକାରୀ ସ୍ତରରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ! ବିଧାୟିକା ଙ୍କ ଏହି ପ୍ରତିଶୃତି ପରେ ଜୟନ୍ତୀ ଦାସ ଆଂଶିକ ମାତ୍ରାରେ ଚିନ୍ତା ମୁକ୍ତ ହେବାର ଦେଖିବାକୁ ମିଳିଛି !