ଦକ୍ଷିଣ ମୁଖ୍ୟ କେନାଲ ର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ଦାବି କଲେ ଚାଷୀ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ରହିଛି ବହୁମୁଖୀ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପଏହାର ମଙ୍ଗଳପୁର ବ୍ୟାରେଜ ଦ୍ଵାରା ବାମ, ଦକ୍ଷିଣ ମୁଖ୍ୟ କେନାଲ ସହ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ  ଜିଲ୍ଲାର ଅନେକ ବ୍ଲକ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେଉଛିତେବେ ବହୁ ଦିନ ଧରି ଶୋଚନୀୟ ହୋଇ ପଡ଼ିଥିବା ଦକ୍ଷିଣ ମୁଖ୍ୟ କେନାଲ ର  ପ୍ରଥମ ପର୍ଯ୍ୟାୟରେ ୦-୪୧ କିମି ପର୍ଯ୍ୟନ୍ତ ପୁନଃଉଦ୍ଧାର ପୁନଃପ୍ରତିଷ୍ଠା ପାଇଁ ଗତ ବର୍ଷ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତିସରକାର ମୁଖ୍ୟ ଡାହାଣ କେନାଲ ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିଆସୁଥିବା ବେଲେ ଉକ୍ତ କେନାଲ ମରାମତି କାର୍ଯ୍ୟ ରେ ଠିକାଦାର ମନଇଛା ରେ ନିମ୍ନ ମାନର କାର୍ଯ୍ୟ କରିଆସୁଛନ୍ତିକନିଷ୍ଠ ଯନ୍ତ୍ରୀଙ୍କ ଙ୍କ ମନମୁଖୀ ଶାସନ ପାଇଁ କେନାଲ ନିର୍ମାଣ କାର୍ଯ୍ୟ ବିଭିନ୍ନ ସ୍ଥାନ ରେ ଭାଙ୍ଗି ଯାଇ ଫାଟ ସୃଷ୍ଟି ହେଉଛି

ମ୍ୟୁଖି ଡାହାଣ କେନାଲ ମୁଖିଗୁଡ଼ା ଠାରୁ ଦେପୁର ଗେଟ୍ ପର୍ଯ୍ୟନ୍ତ ମରାମତି କର୍ଯ୍ୟ ଟେଣ୍ଡର ହୋଇ ଗତ ବର୍ଷ ଠାରୁ କାମ ଆରମ୍ଭ ହୋଇଛି ଯାହା ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଚାଷୀ ମାନେ ତିନି ବର୍ଷ ରବି ଚାଷ ନକରି କ୍ଷତି ସହି ମଧ୍ଯ କେନାଲ ମରାମତି ହେଲେ ତାଙ୍କର ଯେଉଁ ଭବିଷ୍ୟତ ଆଶା ଥିଲା ତାହା ମଉଳି ଯାଉଛିହେଲେ  ବିଭିନ୍ନ ସ୍ଥାନ ରେ ଭାଙ୍ଗି ଯାଉଥିବା ତା ନୂତନ ଭାବରେ କରାଯାଉ ଏବଂ ବର୍ତ୍ତମାନ ଚାଲିଥିବା କାର୍ଯ୍ୟ ବିଭାଗ ପକ୍ଷରୁ ଯେଉଁ ଏଷ୍ଟିମେଣ୍ଟ ଦେଇଛି ସେହି ହିସାବ ଅନୁଯାୟୀ କାମ କରାଯାଉ ବୋଲି ଚାଷୀ ମତ ରଖିଛନ୍ତି

 ଡିଡି ବିଲ୍ଡର ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଏଵଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛିତେବେ ଅଞ୍ଚଳର  ଚାଷୀ ମାନେ  କେନାଲ ନିମ୍ନ ମାନର ନିର୍ମାଣ ହେଉଛି ବୋଲି ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ରେ ପହଂଚି ଦାବିପତ୍ର ପ୍ରଦାନ କରିଛନ୍ତିତେବେ ବିଭାଗୀୟ ପକ୍ଷରୁ ଏହାକୁ ନିରକ୍ଷଣ କରି ତୁରନ୍ତ ଦିଗରେ ସମାଧାନ  କଲେ ଆଗାମୀ 15 ଦିନ ଭିତରେ ଅଫିସ୍ ଘେରାଉ  କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇ ଛନ୍ତି