କରୋନା ସମୟର କାର୍ଟୁନ ବହି ଉନ୍ମୋଚିତ

corona_book

ଓଡ଼ିଶା ବାର୍ତ୍ତା

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁକରୋନା ସମୟର କାର୍ଟୁନବହି ଉନ୍ମୋଚିତ ହୋଇଛି କରୋନା ମହାମାରୀ ଆରମ୍ଭ ସମୟରୁ ବିଭିନ୍ନ ପତ୍ରପତ୍ରିକା, ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କାର୍ଟୁନକୁ ନେଇ ଏହି ବହି ପ୍ରସ୍ତୁତ କରାଯାଇଛି ଶନିବାର ଅପରାହ୍ଣରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର . ମୃଣାଳ ଚାଟାର୍ଜୀ ଏହାକୁ ଉନ୍ମୋଚନ କରିଥିଲେ ମହାମାରୀ ପରବର୍ତ୍ତୀ ସମସ୍ୟା, ଲକ୍ଡାଉନ, ରାଜନୀତି, ସାମାଜିକ ସମସ୍ୟା ଆଦି ବିଭିନ୍ନ ଦିଗକୁ ନେଇ ପ୍ରକାଶିତ କାର୍ଟୁନକୁ ପ୍ରଫେସର ଚାଟାର୍ଜୀ ସଙ୍କଳନ କରିଛନ୍ତି ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି ବହିର ଡିଜାଇନ କରିଛନ୍ତି ବହିଟି ଆଗାମୀ ଦିନରେ ମହାମାରୀ ସମୟର ସମସ୍ୟାକୁ ଜାଣିବାରେ ସହାୟକ ହେବ