କରୋନା କଟକଣାକୁ ଉଲ୍ଲଂଘନ କରି ବାଲିଯାତ୍ରା ପାଳିତ , ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ।

ସନ୍ତୋଷ କୁମାର , ଓଡ଼ିଶା ବାର୍ତ୍ତା,( ଖାସ ରିପୋର୍ଟ)

ନବରଙ୍ଗପୁର, (କୋଷାଗୁମୁଡ଼ା):ସରକାରଙ୍କ କୋଭିଡ କଟକଣା ସ୍ୱତେ ପାଳନ ହେଲା ଗଣପର୍ବ ବାଲିଯାତ୍ରା , ରୁଣ୍ଡ ହେଲେ ହଜାର ହଜାର ଲୋକ , ନାଚଗୀତରେ ମାତିଲେ ଭକ୍ତ , ଭୟାଭୟ କରୋନା ସ୍ଥିତିରେ ଏଭଳି ପର୍ବ ପାଳନ ଆୟୋଜନ ନକରିବାକୁ କଢା ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତ କଟକଣାକୁ ଅଣଦେଖା କରି ନାଚଗୀତ ରେ ମାତିଲେ ଗ୍ରାମବାସୀ , ଏହି ଘଟଣାର କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ରେ ଭାଇରଲ କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ କର୍ଚ୍ଚାମାଳ ଗ୍ରାମରେ ଓ କୋଷାଗୁମୁଡା ଥାନା ଅନ୍ତର୍ଗତ କୁସୁମପାଲି ଗ୍ରାମରେ । ଗତ ବୁଧବାର ଦିନ କର୍ଚ୍ଚାମାଳ ଗ୍ରାମରେ ଅନୁଷ୍ଠିତ ବାଲିଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇଥିଲେ । ପାରମ୍ପରିକ ନାଚଗୀତରେ ମସଗୁଲ ଥିଲେ ଗ୍ରାମବାସୀ । କୌଣସି ଲୋକଙ୍କ ମୁହଁରେ ମାସ୍କ ନଥିଲା କି ସାମାଜିକ ଦୁରତା ନଥିଲା । ସରକାର ଙ୍କ ନିର୍ଦ୍ଦେଶ କୁ ଏକପ୍ରକାର ଏଠାରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହାକୁ ନେଇ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ରେ ଭାଇରାଲ କରିଦେବାରୁ ଭିଡିଓ ଟି ମୋବାଇଲ ଟୁ ମୋବାଇଲ ଘୁରି ବୁଲିଲା । ଭିଡିଓ ଭାଇରାଲ ହେବା ପରେ ଗୁରୁବାର ଦିନ ସନ୍ଧ୍ୟାରେ କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ ଓ କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର କର୍ଚ୍ଚାମାଳ ଗାଁରେ ପହଞ୍ଚି ନିୟମକୁ ଉଲ୍ଲଂଘନ କରିଥିବା ଯାତ୍ରା କମିଟି ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ସେହିପରି  ତାଙ୍କ ବିରୁଦ୍ଧରେ ଏକ ମୋକଦ୍ଦମା କରାଯିବ ବୋଲି ସୂଚନା ମିଳିଛି । କୋଡ଼ିଙ୍ଗା ଗ୍ରାମ ରୁ ମାତ୍ର ୭ – ୮ କିଲୋମିଟର ଦୂରରେ ଏଭଳି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଖବର ନପାଇବା ସାଧାରଣ ରେ ପ୍ରଶ୍ନବାଚ ସୃଷ୍ଟି କରିଛି । ସେହିପରି ଶୁକ୍ରବାର କୋଷାଗୁମୁଡା ଥାନା ରାଜୋଡା ପଞ୍ଚାୟତ ଅନ୍ତର୍ଗତ କୁସୁମପାଲି ଗ୍ରାମରେ ବାଲିଯାତ୍ରା ଚାଲିବା ସହ ବାଲିଯାତ୍ରା ପଡ଼ିଆରେ ଦୋକାନ ବଜାର ବସି ପ୍ରବଳ ଗହଳି ହେଇଥିବା ଖବର ପାଇ କୋଡ଼ିଙ୍ଗା ତହସିଲଦାର ଓ କୋଷାଗୁମୁଡା ପୁଲିସ ଅପରାହ୍ନ ରେ ଉକ୍ତ ଗ୍ରାମରେ ଚଡାଉ କରି ବାଲିଯାତ୍ରା କୁ ବନ୍ଦ କରିବା ସହ କମିଟି ଠାରୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରିବା ସହ କମିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।