ଛତିଶଗଡ ରାଜ୍ୟପାଳ ଙ୍କ ଦ୍ଵାରା ଶିଶୁ ନୃତ୍ୟ ଶିଳ୍ପୀ ଆ ସାବତ ସମ୍ବର୍ଦ୍ଧିତ
ଓଡିଶା ବାର୍ତ୍ତା
ବ୍ରହ୍ମପୁର ୨୫/୮:ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ଜୟ ଦେବ ଭବନ ଠାରେ ଆୟୋଜିତ ୧୩ତମ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀରେ ବ୍ରହ୍ମପୁର ଶିଶୁ ନୃତ୍ୟ ଶିଳ୍ପୀ ସୁଶ୍ରୀ ଆଦ୍ୟଶ୍ରି ସାବତ ଙ୍କୁ ଛତିଶିଗଡ ମହାମହିମ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରିଛନ୍ତି। ସୁଶ୍ରୀ ସାବତ ମାତ୍ର 3 ବର୍ଷ ବୟସରୁ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦଶନ କରି ଦର୍ଶକ ଙ୍କ ମନ୍ ମୋହି ପାରିଛନ୍ତି। ଅଧୁନା ସଂକ୍ଳପ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରୀ, ଶାସନ ଆମ୍ବଗାଁ ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଚ୍ୟୁତ ରାମ ସାବତ ଙ୍କ ପୌତ୍ରି ତଥା ଯୁବନେତା ଶ୍ରୀକାନ୍ତ ସାବତ ଓ ସୁନୀତା ସାବତଙ୍କ କନ୍ୟା ଅଟନ୍ତି। ସୁଶ୍ରୀ ସାବତ ବହୁ ପ୍ରତିଯୋଗିତା ଓ ସାଂସ୍କୃତିକ ମଞ୍ଚରେ କୃତିତ ହାସଲ କରି ବହୁ ସମ୍ମାନ ପୂର୍ବରୁ ଆଣି ପାରିଛନ୍ତି। ଭବିଷ୍ୟତରେ ଜଣେ ଉଚ୍ଚକୋଟୀର ନୃତ୍ୟ ଶିଲିପି ଭାବେ ଦେଶ ବାହାରେ ଉତ୍କୃଷ୍ଟ କଳା ପରିବେଷଣ କରି ଜିଲ୍ଲା ତଥା ରାଜ୍ୟର ନ ରଖିବି ବୋଲି ସୁଶ୍ରୀ ସାବତ ଜଣାଇଛନ୍ତି । ତାଙ୍କର ସମ୍ମାନରେ ବିଦ୍ୟାଳୟ ଅଧ୍ୟକ୍ଷ, ବହୁ ଅନୁଷ୍ଠାନ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭ କାମନା ଜଣାଇଛନ୍ତି।