ବ୍ରହ୍ମପୁର ବିଜୁ ପରିବାର ତରଫରୁ ଓଡ଼ିଆ ଜାତିର ପର୍ବ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ଓଡିଶା ବାର୍ତ୍ତା

ବ୍ରହ୍ମପୁର ବିଜୁ ପରିବାର ତରଫରୁ ଭଉଣୀ ମାନେ, ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ଜାତିର ପର୍ବ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବ ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ସମସ୍ତ କର୍ପୋରେଟର, ପଦାଧିକାରୀ, ବିଜୁ ପରିବାରର ପ୍ରାୟ ସମସ୍ତ ବର୍ଗୀୟ କର୍ମକର୍ତ୍ତାଙ୍କୁ,  ବିଧାୟକଙ୍କ ବାସଭବନ ନିକଟରେ ଆୟୋଜିତ “ରାକ୍ଷୀ ବନ୍ଧନ ଉତ୍ସବରେ” ପବିତ୍ର ରାକ୍ଷୀ ବନ୍ଧନରେ ବାନ୍ଧିବା ସହିତ ନାନା ପ୍ରକାର ଓଡ଼ିଆଙ୍କ ପ୍ରସିଦ୍ଧ ହସ୍ତ ପ୍ରସ୍ତୁତ ସୁସ୍ବାଦ ପିଠା ମିଠା ଖୁଆଇ ମହା ଆଡ଼ମ୍ବରରେ ପାଳନ କରିଥିଲେ, ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସମସ୍ତଙ୍କୁ ରାକ୍ଷୀ ପର୍ବର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ଭାଇ ହୋଇ, ଭଉଣୀ ମାନଙ୍କୁ ସମସ୍ତ ସ୍ତରରେ ଯଥାସମ୍ଭବ ସାହାଯ୍ୟ ସହଯୋଗ କରିବା ପାଇଁ ବଦ୍ଧପରିକର ଅଛନ୍ତି ବୋଲି କହି, ସେମାନଙ୍କର ଉତ୍ତର୍ତର ଉନ୍ନତି କାମନା କରିଥିଲେ…