ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପାଟକୁରା ନିର୍ବାଚନ ମଣ୍ଡଳୀରେ କାନ୍ଥରେ ଆଙ୍କିଲେ ପଦ୍ମ ଫୁଲ

bj_panda

ଓଡିଶା ବାର୍ତ୍ତା

ଜନସାଧାରଣଙ୍କ ସହ ଭାରତୀୟ ଜନତା ପାର୍ଟିକୁ ଅଧିକରୁ ଅଧିକ ଯୋଡିବା ପାଇଁ ପ୍ରୟାସ…

ଆଜି 12th May, 2023 ଶୁକ୍ରବାର ପାଟକୁରା ନିର୍ବାଚନ ମଣ୍ଡଳୀ, ଗରଦପୁର ବ୍ଲକ, ବଙ୍ଗାଳପୁର ପଞ୍ଚାୟତର ବାସୁଦେଇପୁର ଗାଁ Booth No. 193 ରେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ଲୋକପ୍ରିୟ ସାଂସଦ ବୈଜୟନ୍ତ ପଣ୍ଡା ନିଜ ହାତରେ ତୂଳୀ ଧରି ବିଜେପି ଚିହ୍ନ ପଦ୍ମ ଫୁଲ ଆଙ୍କି ଆଗାମୀଦିନରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି !

ରାଜ୍ୟ ବିଜେପି ମୁଖପାତ୍ର  ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ବିଜେପି ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସମ୍ପାଦକ ପ୍ରଜେଶ ରଞ୍ଜନ ନାୟକ ମିହିର ସାମଲ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ! ସ୍ଥାନୀୟ  ଅଂଚଳର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ!

ବିଘ୍ନେଶ୍ୱର ନାୟକ

ବିଜେପି ମେଡ଼ିଆ ସେଲ

ପାଟକୁରା ନିର୍ବାଚନ ମଣ୍ଡଳୀ