ବିଶ୍ଵ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା
ଓଡିଶା ବାର୍ତ୍ତା
ବ୍ରହ୍ମପୁର :ବିଶ୍ଵ ପରିବେଶ ଦିବସ ଅବସରରେ,ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ବହୁ ସ୍ଥାନୀୟ ନେତୃବୃନ୍ଦ ତଥା ବହୁ କର୍ପୋରେଟର ଏବଂ ବିଭାଗୀୟ ପଦାଧିକାରୀ ମାନଙ୍କୁ ସାଥିରେ ନେଇ, ସଫେଇ କର୍ମଚାରୀ ମାନଙ୍କ ଗହଣରେ ରହି, ବ୍ରହ୍ମପୁର ସହରକୁ ଏକ ସ୍ଵଚ୍ଛ, ସୁନ୍ଦର ଏବଂ ନିର୍ମଳ ପରିବେଶରେ ରୂପାନ୍ତରିତ କରିବା ପାଇଁ,ଆଜି ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୦୨,୦୭, ଓ ୧୪ ରେ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ନାଳ, ନର୍ଦ୍ଦମା, ରାସ୍ତା ଘାଟ ଇତ୍ୟାଦିକୁ ତଦାରଖ,ନିରୀକ୍ଷଣ ତଥା ସଚେତନତା ସୃଷ୍ଟି କରିବା ସହିତ ପରିବେଶକୁ ସୁରକ୍ଷା କରିବାରେ ବର୍ଷାଜଳ ସଂରକ୍ଷଣ, ଗଛ ଲଗାଇବା ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ବର୍ଜନ ପର୍ଯ୍ୟନ୍ତ ପ୍ରଭୃତି ବିଷୟରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇ ଥିଲେ ଏବଂ ପରିବେଶକୁ ସ୍ଵଚ୍ଛ ରଖିବାରେ ସଫେଇ କର୍ମଚାରୀ ମାନଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋକପାତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ…।