ବିପୁଳ ପରିମାଣର ମୂଲ୍ୟବାନ ଚୋରା କାଠ ଜବତ , କିପରି ବନବିଭାଗ ହାତରେ ଧରାପଡୁ ନାହାନ୍ତି କାଠ ମାଫିଆ (?).

ସିପ୍ରା ପଟନାୟକ,ଓଡିଶାବାର୍ତ୍ତା

କୋଦଳା ,09/05/23:ଗଞ୍ଜାମ ଜିଲ୍ଲା ପୋଲସରା ବନବିଭାଗ ବଡ ସଫଳତା , ସୁଚନା ଅନୁଯାୟୀ ପୋଲସରା ବନାଞ୍ଚଳ ଅଧିକାରି ସଚିନ୍ କୁମାର ପ୍ରଧାନ କିଛି ବନ କର୍ମଚାରି ଙ୍କ ମିଳିତ ଉଦ୍ୟମରେ କୋଦଳା ଠାରେ ରାତ୍ର କାଳିନ ପାଟ୍ରୋଲିଙ୍ଗ୍ କରୁଥିବା ସମୟରେ  ଏକ ଟ୍ରାକଟର ଗାଡିରେ ସାଗୁଆନ ଗମ୍ଭାରି କାଠ ଭଳି ବହୁ ମୁଲ୍ୟବାନ କାଠ ବୋଝେଇ ହୋଇ ଆସୁଥିବା ସମୟରେ କୋଦଳା ବସଷ୍ଟାଣ୍ତ ନିକଟରେ ପୋଲସରା ବନବିଭାଗ କାଠ ବୋଝେଇ ଟ୍ରାକ୍ଟର କୁ ଜବତ କରିଛିଘଟଣା ସ୍ତଳରୁ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାପଡିଛି ! ହେଲେ ପୋଲସରା ବନାଞ୍ଚଳ କଥା କୁହନ୍ତୁ କିମ୍ବା ବୁଗୁଡା ବନାଞ୍ଚଳ କଥା କୁହନ୍ତୁ ଏମିତିକି ପ୍ରାୟତଃ ବନାଞ୍ଚଳ ରେ ମଧ୍ୟ ଜାଣିବାକୁ ମିଳୁଛିକି କାଠ ବୋଝେଇ ଗାଡିକୁ ଜବତ କରାଯାଇଛି କିନ୍ତୁ କାଠମାଫିଆ କିମ୍ବା ଗାଡି ଡ୍ରାଇଭର ଫେରାର ହୋଇଥିବା କୁହାଯାଉଛି , ଯାହାକି ଏକ ପ୍ରକାର ସନ୍ଦେହ ମଧ୍ୟ ଉପୁଜୁଛି କି କାଠ ଗାଡି ଜବତ ହେଉଛି ହେଲେ କିଭଳି ଧରା ପଡ଼ୁନାହାନ୍ତି କାଠମାଫିଆ କିମ୍ବା ଡ୍ରାଇଭର , ଏଠି ସାଧାରଣ ରେ ପ୍ରଶ୍ନ ହୁଏ କି କାଠମାପିଆ ବନବିଭାଗର ସଲାସୁତରାରେ ସେମାନଙ୍କୁ ଛାଡି ଦିଆ ଜାଉନିତ(?),  ତାହାହେଲେ କିପରି ବନବିଭାଗ ହାତରେ ଧରାପଡୁନାହାନ୍ତି କାଠମାଫିଆ ! ଏହା କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି