ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

 ଦୁଷ୍ମନ୍ତ କୁମାର ପଣ୍ଡା, ଓଡ଼ିଶା ବାର୍ତ୍ତା

 କଳାହାଣ୍ଡି ତା ୨୬.୫.୨୦୨୩ :ବଦଳୁଛି ମିଲ୍ଲେଟ୍ସ ରୁ ପ୍ରସ୍ତୁତ ଖାଦ୍ୟ କୁ ପରସିବାର ଏବଂ ଅପଣେଇବାର ଢାଞ୍ଚା୨୦୨୩ ମସିହା କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛିକିନ୍ତୁ ବର୍ଷ ପୂର୍ବରୁ ଓଡିଶା ସରକାର ଓଡିଶା ମିଲକେଟ ମିଶନ ଜ଼ରିଆରେ  ଖ୍ୟୁଦ୍ରଶସ୍ୟ ବା ମିଲେଟ କୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଅବିରତ କାର୍ଯ୍ୟ କରି ଆସୁଛନ୍ତିଏହି ପରିପ୍ରେକ୍ଷୀରେ ଓଡିଶା  ମିଲ୍ଲେଟ୍ସ ମିଶନ ସହାୟତା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ଜ଼ରିଆରେ ସମୃଦ୍ଧ କରି ଆସୁଅଛିଏହି ଅବସର ରେ ସଂପ୍ରତ୍ତି ଜିଲ୍ଲା ପରିଷଦ ପରିସରରେ ଏକ ମିଲେଟ ଶକ୍ତି ଆଉଟ ଲେଟ ଶୁଭ ଉଦଘାଟନ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଙ୍କ କରକମଳରେ ସମ୍ପନ୍ନ କରା ଯାଇ ଅଛିଏହି ମିଲେଟ ଶକ୍ତି ଆଉଟ୍ଟଲେଟ ପରିଚାଳନା କଲ୍ୟାଣି ସ୍ୱୟଂ ସହୟକ ଗୋଷ୍ଠୀ ଦ୍ୱାରା କରାଯିବାର ବ୍ୟବସ୍ଥା କରା ଯାଇ ଅଛିଏହି ଅବସର ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୂଖ୍ୟ ଉନ୍ନୟନ ଅଧିକାରୀ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସଚିନ୍ ପାୱାର,ଭବାନୀପାଟଣା ପୌରପାଳିକା ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡିଶା ଜୀବିକା ମିଶନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ, ଡେପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅରମାସ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରମୁଖ ଯୋଗ ଦେଇଥିଲେ