ବ୍ରହ୍ମପୁରରେ ୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

pharma_week

ଓଡିଶା ବାର୍ତ୍ତା

ବ୍ରହ୍ମପୁର୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ଔଷଧ ବ୍ୟବସିୟୀ ସଂଘ, ଓଡ଼ିଶା ଫାର୍ମାସିଷ୍ଟ ସଂଘ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ, ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସମସ୍ତ ଫାର୍ମାସୀ କଲେଜ୍ ସହଯୋଗରେ ଏମକେସିଜି ମେଡିକାଲ ମେଇନ୍ ଗେଟ ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା l ଏହାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶୁଭାରମ୍ଭ କରିଥଲେ l ରାସ୍ତାରେ ଆର ଡି ସି ରେସ କାର୍ଯ୍ୟାଳୟରେ lପିପତ୍ର ପ୍ରଦାନ କରାଯାଇଥିଲା l ଏହାପରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମିଟ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ସଂଯୋଜକ ନବୀନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦନ କରିଥଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଡି ଏମ ଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ସମ୍ମାନୀତ ଅତିଥି ଭାବେ ସି ଡି ଏମ ଡାକ୍ତର ଉମ ଶଙ୍କର ମିଷ୍ର ଯୋଗ ଦେଇଥିଲେ l ଅନ୍ୟ ମାନଂକ ମଧରେ ୟୁ ସି ଡି ସଭାପତି ପି ସତ୍ୟ ନାରାୟଣ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଭାପତି ଅକ୍ଷୟ କୁମାର ଦାସ, ସୋପା ସଭାପତି ବିଜୟ ସ୍ୱାଇଁ, ଅଧକ୍ଷ ଲଳିତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ସେହିପରି ଏଠାରେ ୟୁ ସି ଡ଼ି ତରଫରୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ମେଡିସିନ ହୋମ ଦେଲିଭେରୀ ୟେୱ ଆପ୍ ସୁଭାରମ୍ଭ କରାଯାଇଥିଲା l ଏଠାରେ ସମସ୍ତ ଅତିଥି ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା l ଶେଷରେ ଅଭିମନ୍ୟୁ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସମସ୍ତ ଫାର୍ମାସୀ କଲେଜ୍ ଅଧକ୍ଷ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l