ବରୁଣେଶ୍ୱର ନୀଳାଦ୍ରୀ ଫାଉଣ୍ଡେସନର ଦ୍ଵାରା ଓଡିଶା ପୋଲିସ ଓ ମହାରାଷ୍ଟ୍ର ପୋଲିସ କୁ ସହାୟତା
ଓଡିଶା ବାର୍ତ୍ତା
ବ୍ରହ୍ମପୁର : ବେଶ ଅଳ୍ପ ଦିନରେ ଲୋକଙ୍କୁ ସହାୟତା କରି ସୁନାମ ଅର୍ଜନ କରିଥିବା ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନ ଦ୍ୱାରା ହିଞ୍ଜିଳି ପୋଲିସ ଏବଂ ମହାରାଷ୍ଟ୍ର ପୋଲିସକୁ ସହାୟତା l ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଷ୍ଟେସନରେ କେସ ନଂ 691/22 ଏକ ମାମଲା ରୁଜୁ ହୋଇଥିଲା l ଗୋଟେ ପ୍ରେମୀ ଯୋଡି ନାବାଳିକା ସେମାନେ ଓଡିଶା, ଗଞ୍ଜାମ ସାରୁ ଗ୍ରାମ ରୁ ଫେରାର ହୋଇ ମୁମ୍ବାଇ ଆସିବ ସମୟରେ ହିଞ୍ଜିଳି ପୋଲିସ କେସ ତଦନ୍ତ ଅଧିକାରୀ ଏସଆଇ ଶ୍ରୀ. ରାଘବ ବେହେରା ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନର ସଭାପତି ଶ୍ରୀମତୀ ତମସା ରାଉଳ ଏବଂ ପ୍ରତିଷ୍ଠାତା ଶ୍ରୀ. ପ୍ରମୋଦ ରାଉଳ ଙ୍କୁ ଯୋଗାଯୋଗ କରିଥିଲେ ଳ ଯାହା ଫଳରେ ଶୀ ରାଉଳ ତାଙ୍କ ଟ୍ରଷ୍ଟ ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନ ଦ୍ୱାରା ଦୁଇ ଦିନ ମଧ୍ୟରେ ଉଭୟ ରାଜ୍ୟର ପୋଲିସ ବିଭାଗ ସହିତ ଯୋଗାଯୋଗ କରି ମୁମ୍ବାଇ ସ୍ଥିତ ଭିକ୍ରୋଲି ଷ୍ଟେସନ ଠାରୁ ଉଦ୍ଧାର କରିଥିଲେ l ପରେ ଅର୍ଥାତ 17-12-2022 ରେ ଓଡ଼ିଶା ପୋଲିସକୁ ଉଦ୍ଧାର କରାଯାଇଥିବା ପୁଅ ଏବଂ ଝିଅକୁ ହସ୍ତାନ୍ତର କରିବାକୁ ଓଡିଶା ପୋଲିସକୁ ଖବର ଦିଆଯାଇଥିଲା ଏବଂ ଏହି ଅପରେସନ୍ ସମୟରେ ସେମାନେ ନିରାପଦରେ ଓଡିଶା ନିକଟରେ ପହଞ୍ଚିଥିଲେ। ପ୍ରମୋଦ ରାଉଳ କ୍ରମାଗତ ଭାବରେ ହିଞ୍ଜିଳି ପୋଲିସ ସହିତ ଯୋଗାଯୋଗ କରି ଉଭୟଙ୍କୁ ହିଞ୍ଜିଳି ଥାନାରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l
ହି ମିଶନରେ ହିଞ୍ଜିଳି ଥାନା ଅଧିକାରୀ ରାଘବ ବେହେରା, ମୁମ୍ବାଇ ଭିକ୍ରୋଲି ସ୍ଥିତ କନୱାର ପୋଲିସ ଷ୍ଟେସନ ଥାନାଧିକାରୀ ସନ୍ଦୀପ ପାଟିଲ, ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ରାମନାରାୟଣ ପାଣିଗ୍ରାହୀ ଏବଂ ଜିଲ୍ଲା ମହିଳା ସେଲର ସଭାନେତ୍ରୀ ଶ୍ରୀମତୀ ସୁଜ୍ଞାନୀ ନନ୍ଦ ପ୍ରମୁଖ ଏହି ମିଶନକୁ ସାଫଲ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ