ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ କର କମଳ ରେ ଡୁଡୁମା କଲୋନୀସ୍ଥିତ ଯାତ୍ରୀବାହୀଯାନ ରହଣି ସ୍ଥଳର ଶୁଭଉଦଘାଟନ

temp-bus-stand

ଓଡିଶା ବାର୍ତ୍ତା

ବ୍ରହ୍ମପୁର ତା 11/02/26: ବାଣିଜ୍ୟ ପରିବହନ, ଖଣି ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସ୍ଥାନୀୟ ଡୁଡୁମା କଲୋନୀସ୍ଥିତ ଯାତ୍ରୀବାହୀ ଯାନ ରହଣି ସ୍ଥଳର ଶୁଭ ଉଦଘାଟନ କରିଛନ୍ତି

ଉଦଘାଟନ ସମୟରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର . ବିବେକ ରେଡ୍ଡୀ, ବିଜେପି ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ, କର୍ପୋରେଟର (ୱାର୍ଡ ନମ୍ବର 4) ଶ୍ରୀମତୀ ସନ୍ଧ୍ୟାରାଣୀ ଶୁକ୍ଳ, ଜ଼ିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ୱାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜସିର୍କେବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଶ୍ରୀ ରମେଶ ହାଁସଦା, ବ୍ରହ୍ମପୁର ମହାନଗର ନିଗମ ଯନ୍ତ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ