ବାଣପୁର ଉପକାରାଗାରରୁ୧୦ଫୁଟଲମ୍ବରଅହିରାଜଉଦ୍ଧାର(!).

snake

ଓଡିଶାବାର୍ତ୍ତା

ବାଣପୁର :ଖୋର୍ଦ୍ଧା ଜିଲ୍ଲାର ବାଣ ପୁର ସବ ଜେଲ ରୁ ଉଦ୍ଧାର ହୋଇଛି ଏକ ବିରାଟ ଅହିରାଜ ସାପ ଗତ କାଲି ସନ୍ଧ୍ୟା ପ୍ରାୟ ଟା ବେଳେ ବାଣପୁର ସବ ଜେଲ ଭିତରକୁ ପ୍ରବେଶ କରି ବିଷଧର ଅହିରାଜ ସାପ ଟି ଏକ ପାଇପ ଭିତରେ ଲୁଚି ଯାଇଥିଲା ଜେଲର ଙ୍କ ଠାରୁ ଖବର ପାଇ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵପ୍ନାଲୋକ ମିଶ୍ର ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ, ଜେଲ ରେ ଲାଇନ୍ ନଥିଲା ଲାଇନ୍ ଆସିବା ପର୍ଯ୍ୟନ୍ତ ପ୍ରାୟ ଅଧା  ଘଣ୍ଟାଏ କାଳ ଅପେକ୍ଷା କରିବା ପରେ, ଲାଇନ୍ ଆସିବା ପରେ ସ୍ୱପ୍ନାଲୋକ ୧୦ ଫୁଟ ରୁ ଅଧିକ ଲମ୍ବର ଅହିରାଜ ସାପ ଟିକୁ ଉଦ୍ଧାର କରିଥିଲେ ପରେ, ବନ ବିଭାଗର ଉପସ୍ଥିତିରେ ରାତାରାତି ଅହିରାଜ ଟିକୁ ନାରାୟଣୀ ପାହାଡ ରେ ଥିବା ଜଙ୍ଗଲ ଭିତରେ ଛାଡି ଦିଆଯାଇଛି

ଯଦିଓ ଆଗରୁ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ ହେଉ କିମ୍ବା କଟକ ରେ ଚୌଦ୍ଵାର ଜେଲ, ବ୍ରହ୍ମପୁର ଜେଲ, ପୁରୀ, ଯାଜପୁର, ଇତ୍ୟାଦି ରୁ ବିଷଧର ନାଗ ସାପ ଙ୍କୁ ସ୍ନେକ ହେଲ୍ପ ଲାଇନ ପକ୍ଷ ରୁ ଉଦ୍ଧାର କରାଯାଇଥିଲା ହେଲେ, ଜେଲ ରୁ ଅହିରାଜ ଉଦ୍ଧାର ହେବା ଖାଲି, ଓଡ଼ିଶା କାହିଁକି ଭାରତରେ ସମ୍ଭବତଃ ପ୍ରଥମ ଘଟଣା ବୋଲି କହିଚନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ