ବାଲ୍ୟ ବିବାହ ପ୍ରଚଳନ ପ୍ରଥା ବନ୍ଦ କରିବା ପାଇଁ ସଂକଳ୍ପ ନେଲେ ଓଡ଼ିଆ କ୍ଷତ୍ରିୟ ଖଣ୍ଡାୟତ କୂଳ
ସିପ୍ରା ପଟନାୟକ —ଓଡିଶାବାର୍ତ୍ତା
ଖଲ୍ଲିକୋଟ ,12/05/23:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନ୍ଦି ଗାଁ ସ୍ତିତ ମହାସଭା ଗୃହ ପରିସର ରେ ଓଡ଼ିଆ କ୍ଷତ୍ରୟ ଖଣ୍ଡାୟତ କୁଳ ମହାସଭା ର ମଣ୍ଡଳ ସ୍ତରୀୟ ଅଧିବେଶନ ମହାସଭା ର ସଭାପତି ଦୀନବନ୍ଧୁ ତରାଇ ଙ୍କ ଅଧକ୍ଷାତା ଅନୁଷ୍ଠିତ ହୋଇଯାଇଛି l ଖଲ୍ଲିକୋଟ ମଣ୍ଡଳ ଅଧୀନରେ ଥିବା ୩୪ ଖଣ୍ଡ ଗ୍ରାମର ବରିଷ୍ଠ ଓ ଯୁବକ ସଦସ୍ୟ ଙ୍କ ସମେତ ମହାସଭା ର ଉପ – ସଭାପତି ପୀତବାସ ତରାଇ ଓ ସମ୍ପାଦକ ରବୀନ୍ଦ୍ର ତଥା କହେଁଇପୁର ପଂଚାୟତ ର ପୂର୍ବତନ ସରପଂଚ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ମହାସଭାରେ ବିଭିନ୍ନ ଆଭ୍ୟନ୍ତରୀଣ ସମସ୍ୟା ବିଷୟ ରେ ଆଲୋଚନା ହୋଇଥିଲା l ମହାସଭା ରେ ଯୋଗ ଦେଇଥିବା କର୍ମକର୍ତା ମାନେ ଝିଅ ମାନଙ୍କ ର ବାଲ୍ୟ ବିବାହ କୁ ଦୃଢ ଭାବେ ରୋକାଯିବା ସହ ଯୌତୁକ ଜନିତ ସମସ୍ୟା କୁ ବନ୍ଦ କରିବା ପାଇଁ ମହାସଭା ତରଫରୁ ସମସ୍ତଙ୍କୁ ସଚେତନ କରିବା ଓ ଗରିବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢିବା ପାଇଁ ସହାୟତା ଯୋଗାଇବା ସାଙ୍ଗକୁ ଭଲ ନମ୍ବର ରଖିଥିବା ପିଲାଙ୍କୁ ସମ୍ଭାରଧିତ କରାଯିବ ପାଇଁ ନିଷ୍ପତି ନିଆଯାଇଥିଲା l
ଉକ୍ତ ଅଧିବେଶନ ରେ ସମାଜସେବୀ ମିଟୁ ପରିଡା ପୂର୍ବତନ ଏସ କେ ଏସ ପୁତ୍ର ସରପଂଚ କୃଷ୍ଣ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ ,କୈବଲ୍ୟ ମଲ୍ଲିକ ,
ମାଟିଆ ପରିଡା ,ସମ୍ବାରିଆ ନାୟକ ପ୍ରମୁଖ କର୍ମକର୍ତା ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ବିଭିନ୍ନ ପ୍ରସ୍ତାବ ମାନ ଉପସ୍ଥାପନା କରିଥିଲେ l