ବାଲିଗୁଡା : ସିମନବାଡ଼ିରେ ଜବର ଦଖଲ ଉଛେଦ ଆରମ୍ଭ

eviction

ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା

ବାଲିଗୁଡା,୧୯/୦୭,:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ସାମ୍ନା ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନ ଗୁଡିକ ସରକାରୀ ଜମିରେ ଥିବାରୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଜବର ଦଖଲ ଉଛେଦ କରିଥିବା ଦେଖିବାକୁ ମିଳିଛି ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର କରି ବ୍ୟବସାୟ କରୁଥିଲେ ହେଲେ ଉକ୍ତ ଜମିଟି ସରକାରୀ ଜମି ହୋଇଥିବା ଯୋଗୁଁ ଦୁଇ ଦିନ ପୂର୍ବରୁ ଉକ୍ତ ସ୍ଥାନରୁ ଦୋକାନ ଗୁଡିକୁ ହଟାଇବା ନିମନ୍ତେ ଦୋକାନୀ ମାନଙ୍କୁ ସୂଚନା ଦିଆଯାଇଥିଲା ହେଲେ ଦୋକାନ ଗୁଡିକ ଉଠାଯାଇନଥିବା ଯୋଗୁଁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡ଼ି ବଜାରରେ  ପହଂଚି ପୋଲିସ ଉପସ୍ଥିତରେ ଜେସିବି ମାଧ୍ୟମରେ କିଛି ଦୋକାନ ଭାଙ୍ଗିଥିବା ବେଳେ ଆଉ କିଛି ଦୋକାନ, ବ୍ୟବସାୟୀ ମାନେ ନିଜେ ନିଜର ଭାଙ୍ଗିଦେଇଥିଲେ ଅନ୍ୟ ପକ୍ଷରେ ଜମିରୁ ଉଛେଦ ହୋଇଥିବା ବ୍ୟବସାୟୀ ମାନଙ୍କୁ ସିମନବାଡ଼ି ହାଟପଦାରେ ନିଜ ନିଜର ବ୍ୟବସାୟ କରିବା ପାଇଁ ତହସିଲଦାର କହିଥିଲେ ଏହି ଉଛେଦ ସମୟରେ ଏସଆଇ ସୌମ୍ୟରଞ୍ଜନ ଜେନା, ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା, ସହକାରୀ ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ