ଆସିକା ରେ କାଳବୈଶାଖୀ ର ତାଣ୍ଡବ ନାଟ !  ଵଜ୍ରାଘାତ ଜଣେ ମୃତ (!).

ସିପ୍ରା ପଟନାୟକ,ଓଡିଶାବାର୍ତ୍ତା

ଆସିକା ,28/05/23:ପ୍ରବଳ ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବିରାଟ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ପଡି ରାସ୍ତା ଅବରୋଧ ହୋଇଯାଇଥିଲା ! କାଳବୈଶାଖୀ କବଳ ରୁ ଆସିକା ନୂଆଁ ଗାଁ ଆଖପାଖ ଠାରେ ମଧ୍ୟ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ବାଦ ପଡ଼ିନଥିଲା ଏହା ଫଳରେ  ଆସିକା ତଥା ଆଖ ପାଖ ଅଞ୍ଚଳ ବିଦ୍ୟୁତ ରୁ ବିଛିନ୍ନ ହେବା ସହ ନାହିଁ ନଥିବା ଅସୁବିଧା ସମୁଖୀନ ହେବାକୁ ପଡିଥିଲା  ! ଏହି ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ କାଳ ବିଳମ୍ଭ ନକରି ସମସ୍ତ କର୍ମଚାରୀ ଗଛ କଟା କରି ରାସ୍ତା ସଫା କରିବା ସହ ବିଦ୍ୟୁତ ଖୁଣ୍ଟ କୁ ସଜାଡି ବିଦ୍ୟୁତ ଚାର୍ଜ କରିଛନ୍ତି.  ବିଦ୍ୟୁତ ବିଭାଗ ଏପରି ତତ୍ପରତା କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଜନ ସାଧାରଣ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଛନ୍ତି !

ଵଜ୍ରାଘାତ ଜଣେ ମୃତ :ଵଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି l ମୃତକ ଜଣକ ହେଲେ ଖାରିଆ ଗ୍ରାମର ଆଲୋକ ବେହେରା ବୟସ 30 ଅଟେ l ଆଜି ଅପରାହ୍ନ 3.30 ରେ ଖାରିଆ ଗ୍ରାମର ଆଲୋକ ବେହେରା ଘରୁ ବାହାରକୁ କେଉଁଆଡେ ଯାଇଥିଲେ l ଉକ୍ତ ସମୟରେ ପ୍ରବଳ ମାତ୍ରାରେ ବର୍ଷା ଘଡ ଘଡି ହେଉଥିଲା  ସେ ଘରକୁ ଫେରିବାରୁ ଘର ଲୋକ ଏଣେ ତେଣେ ଖୋଜା ଖୋଜି କରି ଶେଷରେ ଜାଣିବାକୁ ପାଇଥିଲେ ଯେ ଆଲୋକ ଧୋବାଡି ମାରାଟୀ ସାହି ନିକଟରେ ମରିପଡିଛି l ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ଜାଣିବାକୁ ପାଇଥିଲେ କି ଘଡ ଘଡି ମରିବା ଯୋଗୁଁ ଆଲୋକର ମୃତ୍ଯୁ ଘଟିଛି l ଏନେଇ ମୃତ  ଆଲୋକର ଭାଉଜ ସୁମିତ୍ରା ବେହେରା କୋଟିନଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି କୋଟିନଡ଼ା ଥାନା ପକ୍ଷରୁ କେସ ନମ୍ବର 4/23 ପ୍ରକାରେ ମାମଲା ରୁଜୁ କରି ପୋଲିସ ଶବ କୁ ଜବତ କରି ଆସିକା ଉପଖଣ୍ଡ ଚିକିତ୍ସା ଲୟରେ ଆସନ୍ତା କାଲି ଶବ ବ୍ୟବଛେଦ କରି ପରିବାର  ଲୋକ ଙ୍କୁ ହସ୍ତାନ୍ତର କରିବେ ବୋଲି ଥାନାଧିକାରୀ କୃଷ୍ଣ ସାହା ସୁଚନା ପ୍ରଦାନ କରିଛନ୍ତି