ଅର୍ଦ୍ଧନିର୍ମିତ ପଞ୍ଚାୟତ ଗୃହକୁ ସମ୍ପୂର୍ଣ୍ଣ କରାଯାଉ

ସିପ୍ରା ପଟନାୟକ, ଓଡିଶାବାର୍ତ୍ତା

ଖଲ୍ଲିକୋଟ ,(୨୧/୦୪/୨୩):ଆଜି ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ପରିସର ରେ ଓଡ଼ିଆ ଆଲପୂର ଗ୍ରାମ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ନିଜ ପଂଚାୟତ ରେ ନିର୍ମାଣଧିନ ପଂଚାୟତ ଗୃହ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା ଦାବି ନେଇ  ଜିଲ୍ଲା ପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦଦେଶ୍ୟରେ ସମିତି ଅଧ୍ୟକ୍ଷ ଦଇତାରୀ ବେହେରା ବ୍ଲକ ଉର୍ନୟନ ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହିତ ସ୍ଥାନୀୟ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ

ପ୍ରକାଶ ଥାଉ କି ୨୦୧୭ ମସିହାରେ ପଥରା ପଞ୍ଚାୟତ ରୁ ବିଭକ୍ତ ହୋଇ ଓଡ଼ିଆ ଆଲପୂର ସ୍ଵତନ୍ତ୍ର ପଂଚାୟତ ଗଠନ ହେଲାପରେ ବି ଏଠାରେ ଏଯାବତ୍ ସ୍ଥାୟୀ ପଂଚାୟତ କାର୍ଯ୍ୟଳୟ ନିର୍ମାଣ ହୋପାରିନାହିଁ ୨୦୧୮ମସିହାରେ ଏହି ପଞ୍ଚାୟତ ରେ ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ସ୍ଥାନ ଚିହ୍ନଟ ହୋଇଥିଲା କିନ୍ତୁ ଗ୍ରାମବାସୀ ଙ୍କ କହିବା ଅନୁଯାୟୀ କିଛି କୁଚକ୍ରି ଗୋଷ୍ଟି ଙ୍କ ରାଜନୈତିକ ପଶାପାଲି ରେ ପେଶି କାର୍ଯ୍ୟ ବନ୍ଦ ହୋଇଥିଲା, ପରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି କ୍ରମେ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଲପୂର ପଞ୍ଚାୟତ ପ୍ରତିନିଧି ସ୍ଥାନୀୟ ଜନତା ଙ୍କ ସହମତି ରେ ୧୦ ଲକ୍ଷ ୧୧ ହଜାର ୪୬୮.୦୦ଟଙ୍କା ଅନୁମୋଦିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା  କିନ୍ତୁ ବର୍ତମାନ କିଛି କୁଚକ୍ରୀ ଗୋଷ୍ଟି ନ୍ୟାୟାଳୟ ଦ୍ବାରସ୍ଥ ହୋଇ ରହିତା ଦେଶ ଆଣିବାରେ ସକ୍ଷମ ହୋଇଥିଲେ ଯାହା ଫଳରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ଏକ ପ୍ରକାର ପ୍ରଶ୍ନ ବାଚି ସୃଷ୍ଟି କରିଛି ଯାହା ଫଳରେ ଅସ୍ଥାୟୀ ପଂଚାୟତ କର୍ଯ୍ୟାଳୟରେ  ବିଭିନ୍ନ ଭତା ସାଧାରଣ ବଣ୍ଟନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାସହ ସାଧାରଣ ହିତାଧିକାରୀ ଙ୍କୁ ବହୁବିଧ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଚି

 ଏହି ସମସ୍ୟା ର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ସାଧାରଣ ଜନତା ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।