ଅପହୃତ ନାବାଳକକୁ ହତ୍ୟା (!).
ଓଡିଶା ବାର୍ତ୍ତା
ଝାରସୁଗୁଡା, ୨୯/୩: ଝାରସୁଗୁଡା ଟାଉନ ଥାନାର ସରବାହାଲରୁ ଅପହୃତ ନାବାଳକଙ୍କ ହତ୍ୟା ହୋଇଥିବା ଜଣାଯାଇଛି। ଗତ ୨୭ ତାରିଖରେ ଜଣେ ୧୫ ବର୍ଷୀୟ ନାବାଳକର ଅପହରଣ ହୋଇଥିଲା । ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ତେବେ ତାହା ନ ମିଳିବାରୁ ୨୮ ତାରିଖ ରାତି ବରଗଡ ଜିଲାର ଭେଡେନ ଥାନାଞ୍ଚଳରେ ହତ୍ୟା କରିଛନ୍ତି। ଏହି ମାମଲାରେ ଝାରସୁଗୁଡା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅମିତ ଶର୍ମା ଓ ଦୀନେଶ ଅଗ୍ରଓ୍ବାଲ। ତେବେ ଟଙ୍କା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ନା ଅନ୍ଯ କଉଣସି କାରଣ ଅଛି ତାହା ପୁଲିସ ତଦନ୍ତାଧୀନ ରହିଛି।