ଅନୁସୂଚିତ ବର୍ଗ ଙ୍କୁ ଅତ୍ୟାଚାର ପ୍ରତିବାଦ କରି ନବରଂଗପୁର ଜିଲ୍ଲା ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୧୧//: ରାଜ୍ୟରେ ଥିବା ବିଜେଡି ସରକାର  ସମ୍ପୂର୍ଣ ଦଳିତ ବିରୋଧୀ ହୋଇଥିବାରୁ ଦଳିତ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବୃଦ୍ଧି ପାଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ରପଡା ଜଗସିଂ ପୁର ରେ ଦଳିତ ମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ କରି ଆଜି ନବରଙ୍ଗପୁର ଠାରେ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଏହାର ପ୍ରତିବାଦ କରାଯାଇଛି। ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ପହଞ୍ଚିଥିଲେ। ରାଜ୍ୟ ସରକାର ଦଳିତ ଙ୍କ ପ୍ରତି ପକ୍ଷପାତିତା ଶୋଷଣ ବନ୍ଦ କରନ୍ତୁ ବୋଲି ଦାବି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ 5 ଦଫା ଦାବିପତ୍ର ଡେପୁଟି କଲେକ୍ଟର ମୌସୁମୀ ନାୟକ ଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ବିଜେପି  ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଏମ ସଂଜୀବ କୁମାର ଙ୍କ ନେତୃତ୍ଵ ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ସାହୁ ଙ୍କ ସମେତ ଜିଲ୍ଲା ବିଜେପିର ନେତୃମଣ୍ଡଳୀ ଯୋଗ ଦେଇଥିଲେ