ଆନ୍ତର୍ଜାତୀୟ ମହିଳା ହିଂସା ମୁକ୍ତ ସମାଜ ଗଠନ କରିବା ଦିବସ ଉପଲକ୍ଷେ ୧୫ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ 

mahila

ଓଡିଶା ବାର୍ତ୍ତା

ବ୍ରହ୍ମପୁର,୨୪/୧୧/୨୦୨୨; ହିଂସା ମୁକ୍ତ ମହିଳା ସମାଜ ଗଠନ ନିମନ୍ତେ ପଦକ୍ଷେପ ହେଲା ମହିଳା ପ୍ରତି ସମ୍ମାନ ଓ ସଚେତନ ସମାନ ଅଧିକାର ଏବଂ ସର୍ବପରି ସୁଯୋଗ ମିଳିବା । ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆୟୋଜନ  କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା ସତ୍ୱେ  ଘରେ ଘରେ ମହିଳା ହିଂସାର ଶିକାର ହେଉଛି । ବିଭିନ୍ଣ ପ୍ରକାର ଜଘନ୍ୟ କାଣ୍ଡ ମଧ୍ୟ ମହିଳାଙ୍କ ଉପରେ ଘଟି ଆସୁଛି । ଏହାକୁ ସୁଧାରିବା ପାଇଁ ଆଇଏସଆରଡ଼ି, ୱାନ ସ୍ଟପ ସେଣ୍ଟର  (ସଖୀ) ବ୍ରହ୍ମପୁର ତରଫରୁ ୧୫ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଈଛି । ମୁଖ୍ୟ ଅତିଥି ଶ୍ରୀମତୀ ଶୁଭଶ୍ରୀ ପାତ୍ର ଜିଲ୍ଲା ସମାଜ  ମଙ୍ଗଳ ଅଧିକାରି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଏବଂ ମହିଳା ହିଂସା ମୁକ୍ତ ସମାଜ ଗଠନ ଉପରେ ଉଚ୍ଚକୋଟିର ମତ ପ୍ରକାଶ କରିଥିଲେ । ଆମେ ସମସ୍ତେ ମିଳିତ ଭାବେ କାମ କରିବା ସହିତ  ନାରୀପ୍ରତି ହେଉଥିବା ହିଂସା ବିରୁଦ୍ଧରେ ସ୍ଵର ଉତ୍ତଳନ କରି  ହିଂସାକୁ ବନ୍ଦ କରିବା । ବାସ୍ତବରେ ମହିଳା ହେଉଛି ସମାଜର ଗୃହଲକ୍ଷ୍ମୀ, ମହିଳା ମାନଙ୍କୁ  ଅତି ପୂର୍ବରୁ ବା  ଅତିତରୁ ସବୁ କ୍ଷେତ୍ର ରେ ପ୍ରାଧାନ୍ୟ ଦିଆଯାଉଛି । ଆଜିର ଦିନରେ ମହିଳା ସଶକ୍ତିକରଣ ହୋଇ ଆସୁଥିବା ହେତୁ ଆମ ଆଖି ସାମନ୍ନାରେ ବସିଥିବ ମହୀୟସୀ ମହିଳା, ମହିଳା ପ୍ରତି ହେଉଥିବା ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ପାଇଁ ଆହ୍ଵାନ କରିଥିଲେ ।

 ଆଜି ମଧ୍ୟ ତଳସ୍ତରର  ଲୋକଙ୍କ ମାନସିକତାର ପରିବର୍ତ୍ତନ ହୋଇ ନାହିଁ । ସେହି ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ଆଜି ସମସ୍ତଙ୍କୁ ଆହ୍ଵାନ ଦିଆଯାଇଥିଲା । ମୁନିସିପାଲଟି ମହିଳା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିଜୟ କୁମାର ବେହେରା, ଆବାସିକ ପରିଚାଳିକା ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା, କୋର୍ପୋରେଟର ପଦ୍ମିନୀ ମିଶ୍ର ସନ୍ନମାନିତ ଶିଶୁ ପ୍ରକଳ୍ପ ବିକାଶ ଅଧିକାରିଣୀ, ବ୍ରହ୍ମପୁର – ୨ ଶ୍ରୀମତୀ ଅବିଧା ପରୱିନ, ପରିଦର୍ଶୀକା ଭବାନୀ ବେହେରା ଏବଂ ଉକ୍ତ ବିଦ୍ୟାଳୟର  ଛାତ୍ରୀ ଙ୍କ ସହ ନିକଟସ୍ଥ ବସ୍ତିର ବାଳିକା ମାନେ ଉପସ୍ଥିତ ଥିଲେ । ୱାନ ସ୍ଟପ ସେଣ୍ଟର  (ସଖୀ) ପରିଚାଳିକା ଶ୍ରୀମତୀ ମହେଶ୍ଵତା ପାଢୀ ଅତିଥିଙ୍କୁ  ସ୍ଵାଗତ ସାମ୍ବୋଧନା ଜଣାଇ ଥିଲେ । ଆଇଏସଆରଡ଼ି ନିର୍ଦ୍ଧେଶକ ଶ୍ରୀ  ସୁଧୀର ସାବତ ଉପସ୍ଥିତ ରହି  କାର୍ଯ୍ୟକ୍ରମକୁ  ଆଗକୁ ବଢାଇଥିଲେ ତା ସହିତ ଜିଲ୍ଲା ମହିଳା ସୁରକ୍ଷା ଅଧିକାରି ଶ୍ରୀମତୀ ସଂଗୀତା ପାତ୍ର ଙ୍କ ତତ୍ଵାବଧାନରେ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରଯାଇଥିଲା। ୱାନ ସ୍ଟପ ସେଣ୍ଟର (ସଖୀ) କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ମିଳିତ ସହଯୋଗ କରିଥିଲେ ଯଥା ପ୍ରୀତି ସରିତା,  ଲିପିକା ଜେନା, ତମ୍ବାଳି ନାୟକ, ସ୍ନେହାମାୟୀ ପାଢୀ, ନିରଞ୍ଜନ ପ୍ରଧାନ ଏବଂ ଅରୁଣୀ ନାୟକ ତଥା ଚାଇଲ୍ଡଲାଇନ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତେ ସୁସ୍ଥ ମହିଳା ସମାଜ ଗଠନ କରିବା  ଉଦ୍ଧେଶ୍ୟରେ ପାଇଁ  ଶପଥ ଗ୍ରହଣ କରିଥିଲେ