ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟନ କାଯ୍ୟ ଆଲୋଚନା କରି କନିଷ୍ଠଯନ୍ତ୍ରୀଙ୍କ ଉପରେ ଉତକ୍ଷିପ୍ତ

coll_kdl

ଶିବରାମ ମାଝୀ, ପ୍ରତିନିଧି, ଓଡିଶା ବାର୍ତ୍ତା

ବେଗୁନିଆପଡା ବ୍ଲକ,( ଗଞ୍ଜାମ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗସ୍ତ |ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ଜିଲ୍ଲପାଳ |ଜିଲ୍ଲାପାଳ ବ୍ଲକରେ ପଂହଁଚି କରୋନା ମହାମାରୀର ସଚେତନତା ବିଷୟରେ ଆଲୋଚନା କରିଛନ୍ତି |ଏଥିସହ ବର୍ତ୍ତମାନ ଶୀତଦିନ ଆସୁଥିବାରୁ କରୋନା ବିପତ୍ତି ଟଳିନାହିଁ ତେଣୁ ବ୍ଲକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ |ଏହାପରେ ଏମଏନଜିଆରଏସ କାର୍ଯ୍ୟ ଉପରେ ସମୀକ୍ଷା କରି  କରିଛନ୍ତି ଜିଲ୍ଲାପାଳ |ବ୍ଲକର ବିଭିନ୍ନ ସରପଞ୍ଚଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଗ୍ରଗତି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ |ବିଭିନ୍ନ ପଞ୍ଚାୟତରେ ଏମଏନଜିଆରଏସ କାର୍ଯ୍ୟର ଧିମା ଅଗ୍ରଗତି ନେଇ ଜେଇ ମାନଙ୍କୁ ତାଗିତ କରିଛନ୍ତି ଜିଲ୍ଲାପାଳ |ଏହାପରେ ଦୋକାନ ଆଗରେ ଅଳିଆଆବର୍ଜନା ପଡ଼ିରହୁଥିବା କଥା ଜାଣିବାପରେ ଆବର୍ଜନା ପରିଷ୍କାର କରିବା ପାଇଁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ |ଏହାପରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ |ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି |ବ୍ଲକ ଅଧକ୍ଷା ପ୍ରତିନିଧି  ବିଜୟ କୁମାର ଦୋରା |ତହସିଲଦାର ଅବନୀ କୁମାର ସାହୁ |ବିଡ଼ିଓ ବେଦବର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ |