ବିନା ସୂଚନା ଫଳକରେ ଚାଲିଛି ରାସ୍ତାକାମ

road

Odishabarta

ଗଞ୍ଜାମ,(ବେଗୁନିଆପଡା):19/08/20:କେତେକ ଅସାଧୁ ବ୍ୟକ୍ତିଙ୍କ ଯୋଗୁଁ  ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା, ଜାଲିଆତି, ନିମ୍ନମାନର କାର୍ଯ୍ୟ ଆଦି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ l ଜନତାଙ୍କ ହିତ ପାଇଁ ଆସୁଥିବା ସରକାରୀ ଅର୍ଥର ଅପବ୍ୟବହାର କରି ସମ୍ପୃକ୍ତ ସରକାରୀ ଠିକାଦାର ମାନେ ମାଲାମାଲ ହେଉଥିବା ନଜିର ରହିଛିଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତର ଥୁଆମୂଳ ଗ୍ରାମରେ l ଗ୍ରାମର ହରିଜନ ସାହିରେ ଏକ କଂକ୍ରିଟ ରୋଡ଼ କାମ ଚାଲିଥିବା ବେଳେ ବିନା ସୂଚନା ଫଳକରେ ସରକାରୀ କାର୍ଯ୍ୟକୁ କରା ଯାଉଥିବା ସହ ବାଲି ସିମେଣ୍ଟ ନମିଶାଇ କେବଳ ମେଟାଲ ପକାଯାଉଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି | ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ସୂଚନା ଫଳକ ଲଗାଇ ମନ୍ଥର ଗତି ରେ କାର୍ଯ୍ୟ ହୋଇଥିବା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାହାକୁ ନେଇ ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ହେତୁ ଅଟକଳ ମୂଲ୍ୟ ହିସାବରେ କାର୍ଯ୍ୟ କରି ସରକାରୀ ଅର୍ଥକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଳୋକେ ଅଭିଯୋଗ କରିଛନ୍ତି ଏହି କାର୍ଯ୍ୟ ବ୍ଲକ ତରଫରୁ କରାଯାଉଥିବା ବେଳେ କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ କୁମାର ଦାସଙ୍କ ନାମରେ ରହିଛି l ପ୍ରକାଶ ଥାଉକି ଥୁଆମୂଳ ଗ୍ରାମର ମରିଚ ପଡିଆ ଠାରୁ କାଜୁ ଜଙ୍ଗଲ ଯାଏଁ ଥିବା ରାସ୍ତାର ପୁରୁଣା ପିଟ ଉଠାଇ ମରାମତି କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି