ରାଜସ୍ବ ନୀରିକ୍ଷକଙ୍କ ମନମାନି ଯୋଗୁଁ ସାଧାରଣ ଲୋକେ କ୍ଷୁବ୍ଧ।

RI-ANKUSHPUR

K. ସନ୍ତୋଷ ପାତ୍ର, ଓଡିଶା ବାର୍ତ୍ତା

ଜ଼ିଲ୍ଲା ପ୍ରତିନିଧି

ଗଞ୍ଜାମ ଜିଲ୍ଲା ବହୁ ତହସିଲ ଅଧିନରେ ଥିବା ରାଜସ୍ବ ନୀରିକ୍ଷକ ଙ୍କ ମନମାନି ଯୋଗୁଁ ସାଧାରଣ ଲୋକେ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେବା ସାଙ୍ଗକୁ ନିଜର ଦିନ ମଜୁରୀ ବନ୍ଦ କରି ଦିନ ତମାମ ପଡ଼ି ରହିଥିବା ହେତୁ ନିଜ ଘର ଭିତରେ ମଧ୍ୟ ଅସାନ୍ତି ଉପୁଜୁଛି

 କାରଣ ଗୋଟିଏ ପଟେ ନିଜ ଝାଳ ବୁହା ଧନ ରେ ସମ୍ପତ୍ତି କ୍ରୟ କରି ନିଜ ନାମରେ ପଟ୍ଟା କରିବା ହେଉ କିମ୍ବା ନିଜ ପିଲାଙ୍କ ପାଈଁ ବିଭିନ୍ନ ପ୍ରମାଣପତ୍ର ହେଉ ସବୁଥିରେ ନିଜକୁ ଅସହାୟ ମନେ କରି ମୁଣ୍ଡରେ ହାତ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ସେମାନଙ୍କ ପାଖରେ ନାହିଁ ଯେ ହେତୁ ସେମାନେ ଅତି ସରଳ ଅମାୟିକ ବ୍ୟକ୍ତି ଅଟନ୍ତି

   ଅନ୍ୟ ପଟେ ଜିଲ୍ଲାର ଅଧିକାଂଶ ତହସିଲ ଅଧିନରେ ଥିବା ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ରେ ନିଜେ ନୀରିକ୍ଷକ ଙ୍କ ଉପସ୍ଥିତି ପ୍ରାୟ ସକାଳ ସମୟ ୧୧.୩୦ ପରେ ହିଁ ଦେଖିବାକୁ ମିଳେ ନତୁବା ସେହା ମଧ୍ୟ ସମ୍ଭବ ନୁହେଁ ଅନ୍ୟ କର୍ମଚାରୀ ଙ୍କୁ ନୀରିକ୍ଷକ ଙ୍କ ଆସିବା କିମ୍ବା ଆସିବା ଖବର ସେମାନଙ୍କ ପାଖରେ ବି ନାହିଁ,ଏହି ସବୁ ବିଷୟ ମଧ୍ୟରେ କୁକୁଡ଼ାଖଣ୍ଡି ତହସିଲ ସର୍ବାଗ୍ରେ

  ପ୍ରକାଶ ଥାଉକି ପଟ୍ଟା ଗୁଡିକ ବହୁ ବିଳମ୍ବରେ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ହେବା ବେଳେ ଅନ୍ୟ ପଟେ ପଟ୍ଟାଗୁଡିକ ନିଜ ହିତାଧିକାରୀ ଙ୍କୁ ମଧ୍ୟ ହାତରେ ଦେଇ ପୋଷ୍ଟାଲ ରେ ଯିବ କହି ମାସ ମାସ ବିତି ଗଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜ ପଟ୍ଟା ନିଜକୁ ମିଳିବା କଷ୍ଟକର ବ୍ୟାପାର ହେଉଛି, ଏଥି ମଧ୍ୟରେ କାହାର ଝିଅ ବାହାଘର ଆଉ କାହାର ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ଜରୁରୀ ଥିବା ବେଳେ ତାହା କାର୍ଯ୍ୟ ରେ ଆସିବା ଯୋଗୁଁ ସାଧାରଣ ରେ ହିତାଧିକାରୀ ମାନେ ନାହିଁ ନଥିବା ହଇରାଣ ହରକତ ହେବାର ଦେଖିବାକୁ ମିଳୁଛି

 ତେଣୁ ଉକ୍ତ ବିଷୟ ବସ୍ତୁ କୁ ନେଇ ନିଜେ ଜିଲ୍ଲାପାଳ ଅନୁଧ୍ୟାନ କରିବା ସହ ଏମାନଙ୍କ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବା କୁ ସାଧାରଣ ରେ ଦାବୀ  ହେଉଅଛି