ଭଡାରେ ଲାଗିଛି ସମବାୟ ସମିତି ଓ ଆର ଏମ ସି ଗୋଦାମ :  ମଣ୍ଡିରେ ଚାଷୀଙ୍କ ଧାନ ରଖିବାକୁ ଅସୁବିଧା ହେତୁ ମଣ୍ଡି ବିଳମ୍ବ, ଚାଷୀ ହନ୍ତସନ୍ତ 

PADDY BAGS

ଦୁଷ୍ମନ୍ତ ପଣ୍ଡା,ଓଡିଶା ବାର୍ତ୍ତା

କଳାହାଣ୍ଡି, ( ବ୍ୟୁରୋ ) ତା 30.05.2026 କଳାହାଣ୍ଡି ଜିଲ୍ଲାରେ ଧାନ କିଣା ବ୍ୟବସ୍ଥାରେ ବ୍ୟାପକ ସମସ୍ୟା ଦେଖାଯାଇଥାଏ ଅନେକ ସମୟରେ ମଣ୍ଡି ମାନଙ୍କରେ ମିଲର୍ସ ଙ୍କ ଅନୁପସ୍ଥିତ ହେତୁ ଧାନ ମଣ୍ଡି ପ୍ରାୟତଃ ବନ୍ଦ ହୋଇଯାଇଥାଏ କାଗଜପତ୍ର ରେ ସମବାୟ ସମିତି କିମ୍ବା ଏସ ଏଚ ଜି ଧାନ କିଣୁଥିବା ବେଳେ ବାସ୍ତବ ପକ୍ଷେ ମିଲର୍ସ ହି ସିଧା ସଳଖ ଚାଷୀଙ୍କ ଧାନ କିଣନ୍ତି ମୋଟା ମୋଟୀ ଭାବେ କହିବାକୁ ଗଲେ ମାତ୍ର 74 ଜଣ ମିଲର୍ସ କଳାହାଣ୍ଡି ପରେ 60 ହଜାର ଚାଷୀଙ୍କ ଧାନ କିଣିଥାନ୍ତି ଏବଂ ସେଥିପାଇ ଚାଷୀ କେତେ ପ୍ରକାର କସରତ କରେ ତାହା ଅନୁଭବ କଲେ ହି ବିଶ୍ବାସ କରିହେବ ଅନ୍ୟପକ୍ଷରେ ସରକାର ତଥା ଜିଲ୍ଲା ପ୍ରଶାସନ ସେହି 74 ଜଣ ଙ୍କ ଦାବି କୁ ଗୁରୁତ୍ବ ଦେଉଥିବା ବେଳେ 60 ହଜାର ଚାଷୀଙ୍କ କୌଣସି ବିଷୟକୁ ଗୁରୁତ୍ବ ଦିଅନ୍ତି ନାହି ବୋଲି ଚାଷୀ ସଂଗଠନ ମାନଙ୍କରେ ଆଲୋଚିତ ହେଉଛି ଅବଶ୍ୟ ଚାଷୀ ଏକଜୁଟ ହୋଇ ପାରୁ ଥିବା ଏହାର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ମଧ୍ୟ ମଟ ପ୍ରକାଶ ପାଇବାରେ ଲାଗିଛି  

 ଚଳିତ ବର୍ଷ 2026 ରବି ରେ ମିଲର୍ସ ମାନେ ତାଙ୍କର ଧାନ ଗୋଦାମ ଖାଲି ଥିବାରୁ ମଣ୍ଡିରୁ ଧାନ ଉଠାଣ କରୁ ଥିବା ବିଷୟ ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଦାବି କରୁଥିଲେ ମେ ମାସ ପ୍ରଥମ ସପ୍ତାହ ରୁ ଚାଷୀଙ୍କ ପାଖକୁ ଟୋକାନ ଆସିବା ସହିତ ଧାନ ମଧ୍ୟ ପ୍ରାୟତଃ ଅମଳ ହୋଇ ସରିଲାଣି ଆଗକୁ ବର୍ଷା ଆସୁଛି ମଣ୍ଡି ଯେତେ ବିଳମ୍ବ ହେବ ଚାଷୀଙ୍କ ଧାନ ବର୍ଷା ମାଡ଼ ଖାଇବା ସେତେ ଆଶଙ୍କା ରହିବ ମିଲର୍ସ ଗୋଦାମ ଖାଲି ଥିବା ବିଷୟ ଆଗରୁ ଜଣା ଥିଲା କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଠିକ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଏହି ବାହାନା କି ଆଉ କଣ ହୋଇଥାଇ ପାରେ

   ଅନ୍ୟ ପକ୍ଷରେ କାଗଜ ପତ୍ରରେ ସମବାୟ ସମିତି କିମ୍ବା ଏସ ଏଚ ଜି ଧାନ କିଣୁଥିବା ବେଳେ ମଣ୍ଡିକୁ ମିଲର୍ସ ଆସିଲେ ମଣ୍ଡି ଚାଲୁ ନାହି କାହିଁକି ? ସୂଚନା ଯୋଗ୍ୟ ଯେ, ପ୍ରାୟତଃ ସମସ୍ତ ସମବାୟ ସମିତି ରେ ବଡ ବଡ ଗୋଦାମ ଗୁଡିକ ରହିଛି ମଣ୍ଡି ଚାଲୁଥିବା ସ୍ଥାନରେ ଆର ଏମ ସି ଅନେକ ବଡ ବଡ ଗୋଦାମ ଗୁଡିକ ରହିଛି ସେସବୁ ବ୍ୟବହାର କରାଯାଉ ନାହି କାହିଁକି ? ଧାନ କିଣୁଥିବା ସମବାୟ ସମିତି କିମ୍ବା ଏସ ଏଚ ଜି ଧାନ କିଣା ବାବଦ କୁ ଯଥେଷ୍ଟ କମିଶନ ନେଉଥିବା ବେଳେ ସେସବୁର ଖର୍ଚ୍ଚ ହିସାବ ପତ୍ର ସଠିକ ଥିବା କୁହାଯାଉଥିବା ବେଳେ ଧାନ କିଣା ବାବଦରେ ଖର୍ଚ୍ଚ ହେଉ ନାହିଁ କାହିଁକି ବୋଲି ଚାଷୀ ମହଲରେ ପ୍ରଶ୍ନ ବାଛି ସୃଷ୍ଟି ହେଉଛି  

  ଏସବୁ ବିଷୟ ସବୁ ପ୍ରତି ଗୁରୁତ୍ବ ସହ ବିଚାର କରି ସମବାୟ ସମିତି ଗୁଡିକର ଗୋଦାମ ଏବଂ ଆର ଏମ ସି ଗୁଡିକର ଗୋଦାମ ଗୁଡିକ ବ୍ୟବହାର କରାଯାଇ ସମବାୟ ସମିତି କିମ୍ବା ଏସ ଏଚ ଜି ସିଧା ସଳଖ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରିବାକୁ ବିଭିନ୍ନ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ଦାବି କରାଯାଉଛି